ଓଡିଶା

ବିଜେପି ପକ୍ଷରୁ ଶୁଖିଲା ଖାଦ୍ୟ ସାମଗ୍ରୀ ବଣ୍ଟନ

(ଦୀପକ ମିଶ୍ର, ଉଦଳା ): କୋଭିଡି-୧୯ ଯେଉଁଭଳି ଭାବରେ ସାରା ବିଶ୍ୱକୁ ଆକ୍ରାନ୍ତ କରିସାରିଛି ତାର ପ୍ରଭାବ ଏବେ ମଣିଷ ଠାରୁ ଧରୀ ସାରା ଜୀବଜନ୍ତୁ ଭୋଗୁଛନ୍ତି । ବଞ୍ଚିବା ପାଇ୍ୟ ଖାଇବା ଶଙ୍କଟ ବଢ଼ିବାରେ ଲାଗିଛି । ଠିକ ଏହି ସମୟରେ ସହଯୋଗର ହାତ ବଢ଼େଇଛି ବିଜେପି । ମୟୁରଭଞ୍ଜ ଜିଲ୍ଲା ଉଦଳା ସହରାଂଚଳ ବିଜେପି ପକ୍ଷରୁ ଶୁଖିଲା ଖାଦ୍ୟ ସାମଗ୍ରୀ ବଣ୍ଟନ କରାଯାଇଛି କ୍ଷ ଏହି ରିଲିଫ ପକେଟ ରେ ଚାଉଳ, ଚୁଡା, ଡାଲି, ଏବଂ ସାବୁନ ଆଦି ଥିବା ଜଣାପଡିଛି କ୍ଷ ଉଦଳା ବିଧାୟକ ଭାସ୍କର ମଢେଇ, ବିଜେପି ନେତା କମଳ କୁମାର ଧଳ, ଧୀରେନ୍ଦ୍ର ଖଣ୍ଡେଲୱାଲଙ୍କ ନେତୃତ୍ୱରେ ରିଲିଫ ସାମଗ୍ରୀ ବଣ୍ଟନ କରାଯାଇଛି କ୍ଷ ସହରାଞ୍ଚଳରେ ଥିବା ବାରିକ, ଚକ୍ଷ ଦୋକାନୀ, ଲଣ୍ଡ୍ରି ଵେବସାୟ ଦୋକାନୀ ମାନଙ୍କୁ ଏହି ରିଲିଫ ସାମଗ୍ରୀ ବଣ୍ଟନ କରାଯାଇଥିବା ବିଜେପି ନେତା ପ୍ରଭାତ ପରିଡା ସୂଚନା ଦେଇଛନ୍ତି କ୍ଷ

Related posts

ପୁରୀ କହିଲେ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ଶ୍ରୀଜଗନ୍ନାଥ କହିଲେ ପୁରୀକୁ ବୁଝାଏ: ସମୀର ଦାସ

mahabharatanews

ଆହତ ବାପ ଓ ଝିଅଙ୍କୁ ବଞ୍ଚାଇ ଅଡୁଆରେ ଅଟୋ ଚାଳକ

mahabharatanews

ଭଦ୍ରକ ଉପଜିଲ୍ଲାପାଳ କରୋନା ପଜିଟିଭ

mahabharatanews