Uncategorized

ପ୍ରବାସୀ ଶ୍ରମିକ ଟ୍ରକ ଦୁର୍ଘଟଣାଗ୍ରସ୍ତ: ୧ ମୃତ, ୯ଙ୍କ ଅବସ୍ଥା ସଙ୍କଟାପନ୍ନ

ତେଲେଙ୍ଗାନା: ପ୍ରବସୀଙ୍କ ଘର ବାହୁଡା ସହ ତାଳ ଦେଇ ପ୍ରତ୍ୟହ ଏକାଧିକ ସଡକ ଦୁର୍ଘଟଣା ଓ ଦୁର୍ଘଟଣାଜନିତ ମୃତ୍ୟୃ ସଂଖ୍ୟା ବୃଦ୍ଧି ପାଉଛି । ଏକ ଟ୍ରକ୍ରେ ହାଇଦ୍ରାବାଦରୁ ୫୦ରୁ ଅଧିକ ପ୍ରବାସୀ ଶ୍ରମିକଙ୍କୁ ନେଇ ଉତ୍ତର ପ୍ରଦେଶର ଗୋରଖପୁର ଯାଉଥିବା ବେଳେ ଆଜି ତେଲେଙ୍ଗାନା ଅନ୍ତର୍ଗତ ୪୪ ନମ୍ବର ଜାତୀୟ ରାଜପଥର ନିର୍ମଳ ଠାରେ ଟ୍ରକଟି ଦୁର୍ଘଟଣଗ୍ରସ୍ତ ହେବାରୁ ଜଣେ ଶ୍ରମିକଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ୟୂନ ୨୦ଜଣ ଶ୍ରମିକ ଆହତ ହୋଇଛନ୍ତି।
ତେଲେଙ୍ଗାନା-ମହାରାଷ୍ଟ୍ର ସୀମାନ୍ତବର୍ତ୍ତୀ ନାଗପୁର ରାଜପଥରେ ରାତି ପ୍ରାୟ ୩: ୩୦ ମିନିଟ୍‌ରେ ଏହି ଦୁର୍ଘଟଣା ଘଟିଛି । ଆହତଙ୍କ ମଧ୍ୟରୁ ୯ଜଣ ଶ୍ରମିକଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ରହିଛି । ଡ୍ରାଇଭର୍ ଢୋଳାଇ ପଡ଼ିବାରୁ ଟ୍ରକ୍‌ ରାସ୍ତାରୁ ଗଡ଼ିପଡିଥିବା କୁହାଯାଉଛି । । ଘଟଣାର ସୂଚନା ପାଇ ତେଲେଙ୍ଗାନା ମନ୍ତ୍ରୀ ଆଇ ରେଡ୍ଡୀ ଏବଂ ବରିଷ୍ଠ ପୁଲିସ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ଅଧିକ ଉନ୍ନତ ଚିକିତ୍ସା ନିମନ୍ତେ ଅତି ସାଙ୍ଘାତିକ ଅବସ୍ଥା ହୋଇଥିବା ଦୁଇ ଜଣ ଶ୍ରମିକଙ୍କୁ ହାଇଦ୍ରାବାଦର ଓସ୍‌ମାନିଆ ହସ୍ପିଟାଲ୍‌କୁ ପଠାଯାଇଛି। ଅନ୍ୟ ଆହତ ଶ୍ରମିକମାନଙ୍କୁ ସ୍ଥାନୀୟ ଡାକ୍ତରଖାନାକୁ ନିଆଯାଇଛି। ବାକି ଶ୍ରମିକମାନଙ୍କର ଘରବାହୁଡ଼ା ଯାତ୍ରା ଓ ଖାଦ୍ୟପାନୀୟ ନିମନ୍ତେ ମନ୍ତ୍ରୀ ବ୍ୟବସ୍ଥା କରିଛନ୍ତି ବୋଲି ଜଣାପଡ଼ିଛି।

Related posts

ଝାଡଖଣ୍ଡର ପଶ୍ଚିମ ସିଂହଭୂମିରେ ଆଇଇଡି ବିସ୍ଫୋରଣ: ୨ ଯବାନ ସହିଦ

mahabharatanews

ଜାମ୍ମୁରେ ହେବ ଭଗବାନ ଭେଙ୍କେଟେଶ୍ୱରଙ୍କ ମନ୍ଦିର

mahabharatanews

ଅଲୀଗଡ ହିଂସା: ଏଏମୟୁର ୧୦ ହଜାର ଛାତ୍ରଙ୍କ ବିରୋଧରେ ମାମଲା

mahabharatanews