ଓଡିଶା

ମାଲକାନଗିରି ଜିଲ୍ଲାରୁ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ

ସୂର୍ଯୃକାନ୍ତ ବେହେରା/ ମାଲକାନଗିରି: ମହାମାରୀ କରୋନା ଦାଉରୁ ଅଳ୍ପକେ ରକ୍ଷା ପାଇଥିବା ମାଲକାନଗିରି ଜିଲାକୁ କରୋନା ମୁକ୍ତ ଜିଲା ବୋଲି ସୋମବାର ଦିନ ଜିଲା ପ୍ରଶାସନ ଘୋଷଣା କରିଥିଲେ । କିନ୍ତୁ ପ୍ରଶାସନର ଘୋଷଣା ୨୪ଘଟାଂ ନ ପୂରୁଣୁ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡିଛି । ସେ କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ତାର୍ଲାକୋଟା ପଂଚାୟତର ସଂଗରୋଧ କେନ୍ଦ୍ରରେ ରହୁଥିଲେ । ସେ ଜଣେ ସୁରଟ ଫେରନ୍ତା । ଏଣୁ ତାର୍ଲାକୋଟା ସଂଗରୋଧ କେନ୍ଦ୍ରର ୧ ଶହ ମିଟର ଦୂରତା ପର୍ୟ୍ୟନ୍ତ ସମ୍ପୁଣ୍ଣ ଅଚଂଳକୁ କଣ୍ଟେନମେଣ୍ଟ ଜୋନ ଭାବେ ଆସନ୍ତା ୭୨ଘଂଟା ପାଇଁ ଘୋଷଣା କରି ଆକ୍ରାନ୍ତଙ୍କୁ ମାଲକାନଗିରି କୋଭିଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି । ସରପଞ୍ଚ ସୋମନାଥ ବାର୍ସେ ନିଜେ ଉପସ୍ଥିତ ରହି କଂଟେନମେଂଟ ଅଂଚଳକୁ ସିଲ କରିଥିଲେ ।ପୂର୍ବରୁ ଜିଲାରେ ମୋଟ ୨୧ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇ ଥିବା ବେଳେ ଆଉ ଜଣେ ଚିହ୍ନଟ ହେବା ପରେ ଏହା ୨୨ରେ ପହଚିଂଛି । ୨୧ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

Related posts

 ୨୬ ବର୍ଷର ରେକର୍ଡ ଭଙ୍ଗା ବର୍ଷା, ଗାଁ ମୁହାଁ ରାଜଧାନୀବାସୀ 

mahabharatanews

ଏନଟିପିସି ଟାଉନ ପୁଲିସ୍ ପକ୍ଷରୁ ୧୩ହଜାର ଜୋରିମନା ଆଦାୟ

mahabharatanews

 ସ୍କ୍ରବ୍ ଟାଇଫସ୍‌ ଆତଙ୍କ; ବଲାଙ୍ଗୀରରେ ୩୩୭ ଆକ୍ରାନ୍ତ ଚିହ୍ନଟ 

mahabharatanews