ଓଡିଶା

ଅନୁଗୁଳରେ ଆଉ ୨ କରୋନା ପଜିଟିଭ ଚିହ୍ନଟ

(ଜ୍ୟୋତିରଞ୍ଜନ ଧର /କଣିହାଁ ): ଓଡ଼ିଶାରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢିବାରେ ଲାଗିଛି । ଗୁରୁବାର ବିଭିନ୍ନ ଜିଲ୍ଲାରୁ ୨୧୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେଥ ମଧ୍ୟରେ ଅନୁଗୁଳ ଜିଲ୍ଲାରୁ ଦୁଇ ଜଣ ଆକ୍ରାନ୍ତ ରହିଥିବା ଜଣାପଡିଛି । ଏହା ସହ ଏବେ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୯ରେ ପହଞ୍ଚିଛି । ତାଳଚେର ପୌରାଞ୍ଚଳର କ୍ୱାରେଣ୍ଟାଇନ ସେଣ୍ଟରରୁ ଜଣେ ୩୦ ବର୍ଷୀୟ ଯୁବକ ଚିହ୍ନଟ ହୋଇଥିବା ବେଳେ ସେ ପଶ୍ଚିମବଙ୍ଗରୁ ଫେରିଥିବା ଜଣାପଡିଛି । ସେହିପରି କିଶୋରନଗର ବ୍ଲକ ଅଞ୍ଚଳରେ ଥିବା କ୍ୱାରେଣ୍ଟାଇନ ସେଣ୍ଟରରୁ ଅନ୍ୟ ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେ ଗତ ୧୭ ତାରିଖରେ ବିହାରରୁ ଫେରି ସଂଗରୋଧରେ ଥିଲେ । କୌଣସି ଲକ୍ଷଣ ନଥାଇ ତାଙ୍କ ନମୁନା ପଜିଟିଭ ଆସିବା ପରେ ତାଙ୍କୁ ତାଳଚେର କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିବା ଅନୁଗୁଳ ଜିଲ୍ଲାପାଳ ମନୋଜ କୁମାର ମହାନ୍ତି ସୂଚନା ଦେଇଛନ୍ତି ।

Related posts

 ସ୍କ୍ରବ୍ ଟାଇଫସ୍ ଆତଙ୍କ; ସୁନ୍ଦରଗଡ଼ରେ ଆକ୍ରାନ୍ତ ସଂଖ୍ୟା ୨୪୪କୁ ବୃଦ୍ଧି 

mahabharatanews

ଏନଆଇଟିରୁ ପୁଣି ୭ ପଜିଟିଭ ଚିହ୍ନଟ, ମୋଟ ୧୪

mahabharatanews

କଂଗ୍ରେସ ବିଧାୟକ ମହମ୍ମଦ ମୋକିମ କରୋନା ପଜିଟିଭ

mahabharatanews