Uncategorized

ଋଷରେ୪ ଭାରତୀୟ ଡାକ୍ତରୀ ଛାତ୍ରଙ୍କ  ସଲିଳ ସମାଧି

ଚେନ୍ନାଇ: ତାମିଲନାଡୁରୁ ଡାକ୍ତରୀ ପଢିବାକୁ ଋଷ ଯାଇଥିବା ୪ ଜଣଙ୍କ ମୃତ୍ୟୁ ହୋଇଛି । ଏମାନେ ରବିବାର ଦିନ ଋଷର ଭୋଲଗା ନଦୀକୁ ମସ୍ତି କରିବାକୁ ଯାଇଥିବା ବେଳେ ନଦୀରେ ବୁଡି ପ୍ରାଣ ହରାଇଛନ୍ତି । ମୃତକ ଛାତ୍ରମାନେ ହେଲେ ତାମିଲନାଡୁର ମହମ୍ମଦ ଆଶିକ୍, ମନୋଜ ଆନନ୍ଦ, ଆର ବିଘ୍ନେଶ ଏବଂ ଷ୍ଟିଫେନ୍ ଲେବାକୁ । ଏମାନଙ୍କ ମୃତଦେହ ଭାରତ ଫେରାଇ ଆଣିବାକୁ ସେମାନଙ୍କ ପରିବାର ପକ୍ଷରୁ ସରକାରଙ୍କ ନିକଟରେ ଅନୁରୋଧ କରାଯାଇଛି ।
ଏହି ସମସ୍ତ ଛାତ୍ର ଭୋଲଗୋଗ୍ରେଡ୍ ଷ୍ଟେଟ୍ ମେଡିକାଲ ୟୁନିଭର୍ସିଟିରେ ପାଠ ପଢୁଥିଲେ । ମନୋଜ, ବିଘ୍ନେଶ ଓ ଆଶିକଙ୍କ ବୟସ ୨୨ ହୋଇଥିବା ବେଳେ ଷ୍ଟିଫେନଙ୍କୁ ୨୦ ବର୍ଷ । ଏମାନେ ସେମାନଙ୍କ କଲେଜର ଆଉ ୭ ଜଣଙ୍କ ସହ ବୁଲିବାକୁ ଋଷର ଭୋଲଗା ନଦୀକୁ ଯାଇଥିଲେ । ସମସ୍ତେ ନଦୀ ଜଳରେ ଗାଧୋଉଥିବା ବେଳେ ଜଣେ ଛାତ୍ର ନଦୀରେ ବୁଡି ଯାଇଥିଲେ । ତାଙ୍କୁ ଉଦ୍ଧାର କରିବାକୁ ଅନ୍ୟମାନେ ଯିବା ସମୟରେ ଅନ୍ୟ ୩ ଜଣଙ୍କ ମୃତ୍ୟୁ ହୋଇଥିଲା । ମୃତଦେହ ସବୁକୁ ତାମିଲନାଡୁ ଫେରାଇ ଆଣିବାକୁ ମୃତକଙ୍କ ପରିବାର ପକ୍ଷରୁ ତାମିଲନାଡୁ ମୁଖ୍ୟମନ୍ତ୍ରୀ ପଲ୍ଲାନିସ୍ୱାମୀଙ୍କୁ ଅନୁରୋଧ କରାଯାଇଛି ।

Related posts

୫୦୦ ଏବଂ ୨୦୦୦ ଟଙ୍କିଆ ନୋଟରେ ଭର୍ତ୍ତି ରେଳ ଧାରଣା

mahabharatanews

ଦେଶରେ ୨ ବାଦୁଡି ପ୍ରଜାତିଙ୍କଠାରେ କରୋନା ଭୂତାଣୁ

mahabharatanews

କଞ୍ଚା ଆମ୍ବର ଜୁସ ପିଇବା ଦ୍ଵାରା ମିଳିଥାଏ ଚମତ୍କାରୀ ଫାଇଦା

mahabharatanews