ଓଡିଶା

କ୍ୱାରେଣ୍ଟାଇନ ସେଣ୍ଟର ଅନ୍ତେବାସୀଙ୍କ ରାସ୍ତାରୋକ

(ଓମପ୍ରକାଶ ମିଶ୍ର/ସୋନପୁର): ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ସିଂଙ୍ଘିଜୁପା ଗାଁ କ୍ୱାରେଣ୍ଟାଇନ ସେଣ୍ଟରର ଅନ୍ତେବାସିମାନେ ଆଜି ସୋନପୁର ଡୁଙ୍ଗୁରିପାଲି ରାସ୍ତାର ସିଂଘିଜୁପା ଛକ ଠାରେ ରାସ୍ତାରୋକ କରିଥିଲେ । ଫଳରେ ଏହି ରାସ୍ତାରେ ଦୀର୍ଘ ସମୟ ଧରି ଶହ ଶହ ଗାଡି ଅଟକି ରହିଥିଲା । ତେବେ କ୍ୱାରେଣ୍ଟାଇନ ସେଣ୍ଟରର ଅନ୍ତେବାସୀଙ୍କୁ ଖାଦ୍ୟ ପରସିବା ବେଳେ ଖଲି ଓ ଦନା ବଦଳରେ ପଲିଥିନର ବ୍ୟବହାର ହେଉଥିବାରୁ ଏହାକୁ ବିରୋଧ କରି ଏହି ରାସ୍ତାରୋକ କରାଯାଇଥିଲା । ଏହାସହ ନିର୍ଦ୍ଦିଷ୍ଟ ସମୟ ପରିବର୍ତ୍ତେ ବିଳମ୍ବରେ ଖାଦ୍ୟ ଦିଆଯାଉଥିବା ଅନ୍ତେବାସୀମାନେ ଅଭିଯୋଗ କରିଛନ୍ତି । ତେବେ ଏହି ସବୁ ଅଭିଯୋଗ ନେଇ ଆଜି କ୍ୱାରେଣ୍ଟାଇନ ସେଣ୍ଟର ଅନ୍ତେବାସୀମାନେ ରାସ୍ତାରୋକ କରିବା ସହ ଦୀର୍ଘ ସମୟ ଧରି ସ୍ଥାନୀୟ ସରପଞ୍ଚଙ୍କୁ ଘେରି ରହିଥିଲେ । ଘଟଣାସ୍ଥଳରେ ଗାଁ ଲୋକେ ପହଞ୍ଚି ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଥିବା ସୂଚନା ମିଳିଛି ।

Related posts

ଚନ୍ଦ୍ରପୁର ଗସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଲେ ବିଧାୟକ ରଘୁନାଥ ଗମାଙ୍ଗ

mahabharatanews

ଜଷ୍ଟିସ ଶୁଭାଶିଷ ତାଳପତ୍ର ହେବେ ଓଡ଼ିଶା ହାଇକୋର୍ଟର ବିଚାରପତି

mahabharatanews

ଅତିରିକ୍ତ ଜିଲ୍ଲାପାଳଙ୍କ ଜନଶୁଣାଣି ଶିବିର

mahabharatanews