Uncategorized

ଦେଶରେ ଗତ ୨୪ ଘଣ୍ଟାରେ ୫୫ ହଜାର ୮୩୮ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ଧୀରେଧୀରେ ନିମ୍ନମୁଖୀ ହେବାରେ ଲାଗିଛି । ଗତ ୨୪ ଘଣ୍ଟାରେ ୫୫ ହଜାର ୮୩୮ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ କରୋନାରେ ୭୦୨ ଜଣଙ୍କ ମୃତ୍ୟୁ ହୋଇଛି । ଫଳରେ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୭ ଲକ୍ଷ ୦୬ ହଜାର ୯୪୬କୁ ବୃଦ୍ଧି ପାଇ ଥିବା ବେଳେ ମୋଟ ମୃତ୍ୟୁ ସଂଖ୍ୟା ୧ଲକ୍ଷ ୧୬ ହଜାର ୬୧୬ରେ ପହଞ୍ଚିଛି । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି।
ଅନ୍ୟପଟେ ୨୪ଘଣ୍ଟାରେ ୨୪ ହଜାର ୨୭୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ବର୍ତ୍ତମାନ ଦେଶରେ ୭ ଲକ୍ଷ ୧୫ ହଜାର ୮୧୨ ସକ୍ରୀୟ ମାମଲା ରହିଛି। ମୋଟ ୬୮ ଲକ୍ଷ ୭୪ ହଜାର ୫୧୮ ଜଣ ସୁସ୍ଥ ହୋଇସାରିଛନ୍ତି ।

 

Related posts

ଭୁଶୁଡ଼ିଲା ବିଲ୍ଡିଂ : ଗୋଟିଏ ପରିବାରର ୩ ମହିଳା ମୃତ

mahabharatanews

କମଲନାଥ, ପ୍ରଜାପତିଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ

mahabharatanews

ଦିନକରେ ୨୪ ହଜାରରୁ ଅଧିକ ପଜିଟିଭ, ଦେଶରେ ୭ ଲକ୍ଷ ପାଖାପାଖି ହେଲା ଆକ୍ରାନ୍ତଙ୍କ ସଂଖ୍ୟା

mahabharatanews