ଓଡିଶା

ହେବନି ଐତିହାସିକ ବାଲିଯାତ୍ରା

ଭୁବନେଶ୍ୱର: ମହାମାରୀ କରୋନା ସଂକ୍ରମଣ ଚଳିତ ବର୍ଷର ସମସ୍ତ ପର୍ବ ପର୍ବାଣି, ଯାନିଯାତ୍ରାରେ ଗ୍ରହଣ ଲଗାଇ ଦେଇଛି । ସଂକ୍ରମଣ ଉପରେ ବର୍ତ୍ତମାନ ପର୍ଯ୍ୟନ୍ତ ଅଙ୍କୁଶ ଲାଗି ନ ଥିବାରୁ ଚଳିତବର୍ଷ କଟକର ଐତିହାସିକ ବାଲିଯାତ୍ରାକୁ ମଧ୍ୟ ବନ୍ଦ କରାଯାଇଛି । ଏ ନେଇ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ଆନୁଷ୍ଠାନିକ ଭାବେ ସୂଚନା ଦେଇଛନ୍ତି।
ସେହିପରି ସାମୂହିକ ବୋଇତ ବନ୍ଦାଣ ଉତ୍ସବ ପାଳନ ଉପରେ ମଧ୍ୟ ଜିଲ୍ଲାପାଳ ରୋକ୍ ଲଗାଇଛନ୍ତି। ଏପରିକି ଧବଳେଶ୍ୱରରେ ମଧ୍ୟ ବଡ଼ ଓଷା ପାଳନ ହେବ ନାହିଁ ବୋଲି କହିଛନ୍ତି ଜିଲ୍ଲାପାଳ। ପ୍ରତ୍ୟେକ ବର୍ଷ କାର୍ତ୍ତିକ ପୂର୍ଣ୍ଣିମାଠାରୁ ପ୍ରସିଦ୍ଧ ବାଲିଯାତ୍ରା ମହୋତ୍ସବ ମହାନଦୀ ପଠାରେ ଆୟୋଜନ ହୋଇଥାଏ। ଏଠାରେ ଲକ୍ଷ ଲକ୍ଷ ଲୋକଙ୍କ ଭିଡ଼ ମଧ୍ୟ ଜମିଥାଏ। କିନ୍ତୁ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପ୍ରଶାସନ ଏଭଳି ନିଷ୍ପତ୍ତି ନେଇଛି।

 

Related posts

ବର୍ଷରେ ନିମ୍ନ ମାନର ଛତୁଆ ଦେଇ ୧୫ ଜିଲ୍ଲାର ୩୮ SHG ହୋଇଛନ୍ତି କଳା ତାଲିକା ଭୁକ୍ତ

mahabharatanews

୧୦୮ ଗରା ସୁବାସିତ ଜଳରେ ସ୍ନାନ କଲେ ଚତୁର୍ଦ୍ଧା ବିଗ୍ରହ

mahabharatanews

ଭିଜିଲାନ୍ସ ଜାଲରେ ୨ କନିଷ୍ଠ କିରାଣି 

mahabharatanews