Uncategorized

ଭୁଲରେ ଭାରତୀୟ ସୀମାକୁ ପ୍ରବେଶ କରିଥିବା ଦୁଇ ନାବାଳିକାଙ୍କୁ ସସମ୍ମାନେ ପାକକୁ ହସ୍ତାନ୍ତର କଲା ସେନା

ନୂଆଦିଲ୍ଲୀ: ପାକର ସମସ୍ତ ବୈମାତୃକ ମନୋଭାବ ସତ୍ତେ୍ୱ ଭାରତ ପାକ ନାଗରିକଙ୍କ ପ୍ରତି ସହୃଦୟତା ରଖିଛି । ଯାହାର ଏକ ସଦୃତମ ଉଦାହରଣ ସୋମବାର ଦିନ ଭାରତ ସେନା ପ୍ରଦର୍ଶନ କରିଛି । ଦୁଇ ଦେଶ ମଧ୍ୟରେ ଥିବା ଲାଇନ ଅଫ କଣ୍ଟ୍ରୋଲ (ଏଲଓସି) କୌଣସି ଭାରତୀୟ ଅତିକ୍ରମ କଲେ ପାକ ସେନା ସେମାନଙ୍କୁ ବନ୍ଦୀ କରି ରଖିଥାଏ । କିନ୍ତୁ ସୋମବାର ଦିନ ଭୁଲରେ ଦୁଇ ନାବାଳିକା ଭଉଣୀ ଲୈବା ଜାବେର ଓ ସାନା ଜାବେର ଭାରତ ସୀମାକୁ ପ୍ରବେଶ କରିଥିଲେ । ଉଭୟଙ୍କ ଘର ପାକ ଅଧିକୃତ କାଶ୍ମୀର (ପିଓକେ)ର କଠୁଆ ତହସିଲ ଅଞ୍ଚଳରେ । ତେବେ ଭାରତୀୟ ସେନା ସହୃଦୟତାର ସହ ଉଭୟ ଭଉଣୀଙ୍କୁ ଆତିଥ୍ୟ ପ୍ରଦାନ କରିବା ସହ ସେମାନଙ୍କୁ ଉପହାର ଓ ମିଠା ସହିତ ସ୍ୱଦେଶକୁ ଫେରାଇ ଦେଇଛନ୍ତି ।
ସୋମବାର ସେମାନଙ୍କୁ ଚକନ ଦା ବାଗ (ସିଡିବି) ନିକଟରେ ପାକିସ୍ତାନ ସେନା ଓ ସାଧାରଣ ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତିରେ ହସ୍ତାନ୍ତର କରାଯାଇଥିଲା। ଫେରିବା ସମୟରେ ଲୈବା କହିଛନ୍ତି ‘ଘରକୁ ଫେରିବା ସମୟରେ ଆମେ ବାଟ ଭୁଲି ଭାରତ ସୀମାକୁ ଚାଲିଆସିଥିଲୁ। ଭାରତ ସେନା କର୍ମଚାରୀମାନେ ଆମକୁ ପଚରାଉଚରା କରିଥିଲେ। ସବୁ ଜାଣିବା ପରେ ଭାରତ ସେନା ‌ଅଧିକାରୀମାନେ ଆମକୁ ଭଲ ବ୍ୟବହାର ପ୍ରଦର୍ଶନ କରିଛନ୍ତି। ଭାରତ ଲୋକମାନେ ଖୁବ୍ ଭଲ।

SR

 

Related posts

ମେ ୧୯ରୁ ଘରୋଇ ବିମାନ ଉଡିବ

mahabharatanews

ଦେଶର ସମସ୍ତ ସମବାୟ, ରାଜ୍ୟ ସହକାରୀ ବ୍ୟାଙ୍କ ଆରବିଆଇ ଅଧୀନକୁ ଆସିବା ନିଶ୍ଚିତ

mahabharatanews

ମଦ ନୀତି ମାମଲା: କେଜରିୱାଲ ଏବଂ ଅନ୍ୟ 23 ଜଣଙ୍କୁ ହାଇକୋର୍ଟଙ୍କ ନୋଟିସ୍

mahabharatanews