ଓଡିଶା

ଚାଲି ଚାଲି ଓଡିଶା ପହଞ୍ଚିଲେ ଶ୍ରମିକ

(ସାଲେପୁର) ; ପୁଣି ସାମ୍ନାକୁ ଆସିଲା କରୋନାର ଦାରୁଣ ଚିତ୍ର । ପୁଣି ଜଣେ ଶ୍ରମିକ ଚାଲିଚାଲି ଆସିଛନ୍ତି ନିଜ ଭିଟାମାଟିକୁ । ହାଇଦ୍ରାବାଦ୍ ରୁ ଚାଲି ଚାଲି ପହଞ୍ଚି ଥିଲେ ଓଡିଶାରେ । ଏଭଳି ଏକ କରୁଣ ଚିତ୍ର ଦେଖିବାକୁ ମିଳିଛି କଟକ-ଚାନ୍ଦବାଲି ରାସ୍ତାରେ । ପାଖରେ ପଇସା ନଥିଲା ସେଥିପାଇଁ ସେ ହାଇଦ୍ରାବାଦରୁ ଚାଲି ଚାଲି ଓଳିଏ ଖାଇ ଓଳିଏ ଉପାସ ରହି ଦୀର୍ଘ ୧୫ ଦିନ ପରେ ପହଞ୍ଚିଥିଲେ ଓଡିଶାରେ । ଘରେ ପହଞ୍ଚିବେ କି ନାହିଁ ସେ କଥାକୁ ଖାତିରି ନ କରି ପଦ ବଢାଇଲେ ଆଗକୁ ଆଗକୁ ।କଟକ ଜିଲ୍ଲା ସାଲେପୁରରେ ପହଞ୍ଚିବା ପରେ ସେଠାରେ ତାଙ୍କର ପାଦ ଫାଟିଯାଇ ରକ୍ତ ବାହାରୁଥିବା ଦୃଶ୍ୟ ଯିଏବି ଦେଖିଛି ସେ ହତବାକ୍ ହୋଇଯାଇଛି । ଆଉ ଏଇ ଶ୍ରମିକ ଜଣଙ୍କ ହେଲେ କେନ୍ଦ୍ରାପଡା ଜିଲ୍ଲା ରାଜନଗର ଓଉପଦ ପଞ୍ଚାୟତର ଗୋବିନ୍ଦପୁର ଗାଁର ନିରଞ୍ଜନ ମଲ୍ଲିକ। ନିରଞ୍ଜନ ମଲ୍ଲିକ ସୁଦୂର ହାଇଦ୍ରାବାଦରେ ଯାଇ ଏକ ଠିକାଦାର ପାଖରେ କାମ କରୁଥିଲେ। ହେଲେ ଲକଡାଉନ୍ ହେତୁ ସେ ଘରକୁ ବାହାରିବା ପାଇଁ ଟ୍ରେନରେ ଟିକେଟ୍ କାଟିଥିଲେ। ହେଲେ ଦାଉ ସାଧିଲା ଠିକାଦାର। ସମ୍ପୃକ୍ତ ଠିକାଦାର ଜଣଙ୍କ ନିରଞ୍ଜନ ଘରକୁ ଆସିବା ପାଇଁ କରିଥିବା ଟ୍ରେନ୍ ଟିକଟକୁ ଜୋର ଜବରଦସ୍ତ କ୍ୟାନସେଲ କରିବା ସହ ୭ ମାସର ପାରିଶ୍ରମିକ ମଧ୍ୟ ଦେଇନଥିଲା। ତେଣୁ ପାଖରେ ଥିବା ମାତ୍ର ୩ ଶହ ଟଙ୍କା ଧରି ସେଠାରୁ କୌଶଳକ୍ରମେ ଖସି ପଳାଇ ଆସିଥିଲେ ଗାଁ ଅଭିମୁଖେ। ଏଣୁ ପ୍ରଶାସନ ପକ୍ଷରୁ ତୁରନ୍ତ ସାହାଯ୍ୟ ସହଯୋଗ ଯୋଗାଇବା ସହ ସଂପୃକ୍ତ ଠିକାଦାରଙ୍କ ବିରୋଧରେ ଦୃଢ଼ କର୍ୟ୍ୟାନୁଷ୍ଠାନ ଗ୍ରହଣ କରାଗଲେ ଶ୍ରମିକମାନେ ପାଉଥିବା ନିର୍ୟାତନାରୁ ରକ୍ଷାପାଇ ପାଇ ପାରନ୍ତେ ।

 

Related posts

ଦିଗପହଣ୍ଡିରେ ପହଞ୍ଚିଲା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ପ୍ରଦତ୍ତ ରିଲିଫ ସାମଗ୍ରୀ

mahabharatanews

ରାଜ୍ୟ ବାହାରୁ ୨ ସାଇବର ଠକଙ୍କୁ ଗିରଫ କଲା ସାଇବର ଥାନା ପୋଲିସ

mahabharatanews

ଭୁବନେଶ୍ୱରରେ ଶବରୀ ସାଂସ୍କୃତିକ ପରିଷଦର “ଶବରୀ ଭବନ” ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

mahabharatanews