ଓଡିଶା

ସମୁଦ୍ର ଗର୍ଭରେ ଓଲଟିଲା ମତ୍ସ୍ୟଜୀବୀଙ୍କ ଡ଼ଙ୍ଗା ୪ ଜଣ ଉଦ୍ଧାର ୧ ନିଖୋଜ

(ଜୟନ୍ତ କୁମାର ସେଠୀ / ଗୋପ) ; କୋଣାର୍କ ଚନ୍ଦ୍ରଭଗ ର ଗଭୀର ସମୁଦ୍ର ଗର୍ଭରେ ଓଲଟିଲା ମତ୍ସ୍ୟଜୀବୀଙ୍କ ଡ଼ଙ୍ଗା, ୪ ଉଦ୍ଧାର ୧ ନିଖୋଜ । କୋଣାର୍କ ଚନ୍ଦ୍ରଭଗାର ଗଭୀର ସମୁଦ୍ର କୁ ମାଛ ଧରିବାକୁ ଯିବା ସମୟରେ ଘଟିଲା ଅଘଟଣ। ଚନ୍ଦ୍ରଭଗା ତେଲୁଗୁ ବସ୍ତି ର ୫ ମତ୍ସ୍ୟଜୀବୀ ଏକ ଡ଼ଙ୍ଗା ରେ ଗଭୀର ସମୁଦ୍ର ଭିତରକୁ ମାଛ ଧରିବା କୁ ଯିବା ସମୟରେ ସମୁଦ୍ର ଲହଡା ରେ ଭାରସ୍ୟାମ ହରାଇ ଓଲଟି ପଡିଥିଲା ଡ଼ଙ୍ଗା। ଘଟଣା ସ୍ଥଳରୁ ଉଦ୍ଧାର ହେଲେ ୪ ତେଲୁଗୁ ମତ୍ସ୍ୟଜୀବୀ, ଜଣେ ମତ୍ସ୍ୟଜୀବୀ ନିଖୋଜ। ଦୀର୍ଘ ସମୟ ଧରି ଖୋଜାଖୋଜି ପରେ ମଧ୍ୟ ନିଖୋଜ ମତ୍ସ୍ୟଜୀବୀଙ୍କ ପତା ମିଳିନାହିଁ। ନିଖୋଜ ମତ୍ସ୍ୟଜୀବୀଙ୍କ ନାଁ ଅପୋଲା ରାଜୁ ତାଙ୍କ ବୟସ ୨୩ ବର୍ଷ। ଗଭୀର ସମୁଦ୍ର ମଧ୍ୟରେ ନିଖୋଜ ମତ୍ସ୍ୟଜୀବୀ ଙ୍କୁ ଜାରି ରହିଛି ଖୋଜାଖୋଜି।

 

Related posts

ଜାତୀୟ ଜନଜାତି ଆୟୋଗ କାର୍ଯ୍ୟାଳୟରେ ହାଜର ହେବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ

mahabharatanews

ରାଜଧାନୀ ପ୍ରତିଷ୍ଠା ଦିବସର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

mahabharatanews

କେନ୍ଦ୍ର ଖଣିମନ୍ତ୍ରୀଙ୍କ ଦାମନଯୋଡି ଗସ୍ତ

mahabharatanews