ଅପରାଧଭାରତ

ନାବାଳକକୁ ଯୈାନ ନିର୍ଯାତନା

(ହାଇଦ୍ରାବାଦ) ; ଜଣେ ୯ ବର୍ଷର ବାଳକକୁ ଯୈାନ ନିର୍ଯାତନା ଦେଉଥିଲା ଜଣେ ୨୭ ବର୍ଷର ମହିଳା । ତେବେ ଏହି ଘଟଣା ୨୦୧୭ ମସିହାରେ ଘଟିଥିଲା । ଏମିତି ଏକ ନିନ୍ଦନୀୟ ଘଟଣା ଘଟିଛି ହାଇଦ୍ରାବାଦରେ । ପୁରୁଣା ହାଇଦ୍ରାବାଦର ଚନ୍ଦ୍ରାୟନଗୁଟ୍ଟାରେ ଥିବା ଏକ ସ୍କୁଲରେ ପଢ଼ୁଥିଲା ପୀଡ଼ିତ ଛାତ୍ର। ସେ ୱାଶରୁମ ଯାଇଥିବାବେଳେ କେ. ଜ୍ୟୋତି ଓରଫ ମଞ୍ଜୁଳା ନାମ୍ନୀ ୨୭ ବର୍ଷ ବୟସ୍କା ମହିଳା ଜଣକ ବାଳକକୁ ଯୌନ ନିର୍ୟାତନା ଦେଇଥିଲେ। ଏହା ସହିତ ସେ ଏକ ଜଳନ୍ତା ସିଗାରେଟରେ ତାଙ୍କୁ ଚେଙ୍କ ଦେଇଥିଲେ। ଏଥିରେ ପିଲାଟି ଆହତ ହୋଇଥିଲା। ସିଗାରେଟ ଚେଙ୍କରେ ପିଲାଟିର ହାତରେ ନିଆଁଦାଗ ଲାଗିଯାଇଥିଲା। ମହିଳା ଜଣକ ତାକୁ ଯୌନ ଶୋଷଣ କରୁଥିବାବେଳେ ସେ ପ୍ରତିବାଦ କରିବାରୁ ମହିଳା ଏପରି କରିଥିଲେ। ଏ ସଂପର୍କରେ କାହାକୁ କିଛି ନକହିବାକୁ ମଧ୍ୟ ମହିଳା ଜଣକ ପିଲାଟିକୁ ଧମକ ଦେଇଥିଲେ। ମହିଳାଙ୍କୁ ହାଇଦ୍ରାବାଦର ଏକ ସ୍ୱତନ୍ତ୍ର କୋର୍ଟ ୨୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏହା ସହିତ ମହିଳାଙ୍କ ଉପରେ ୧୦ ହଜାର ଟଙ୍କାର ଜୋରିମାନା ମଧ୍ୟ ଧାର୍ୟ୍ୟ ହୋଇଛି।

Related posts

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଅପରାଜିତା

mahabharatanews

କଲଭେଟ ଭିତରୁ ଉଦ୍ଧାର ହେଲା ଅଚିହ୍ନା ଅଜଣା ଯୁବକର ମୃତ ଦେହ

mahabharatanews

ବହୁଚର୍ଚ୍ଚିତ ନୟାଗଡ଼ର ପରୀ ମର୍ଡର କେସରେ ନୂଆ ମୋଡ

mahabharatanews