ବିଶ୍ୱଭାରତ

ରୁଷ-ୟୁକ୍ରେନ୍ ଯୁଦ୍ଧ : ଲୁହାନସ୍କ ତେଲ ଡିପୋରେ ଭୟଙ୍କର ବିସ୍ଫୋରଣ

(ଦିଲ୍ଲୀ) : ରୁଷ-ୟୁକ୍ରେନ୍ ଯୁଦ୍ଧ ଏବେ ୧୨ ଦିନରେ ପହଁଞ୍ଚି ସାରିଛି। ଏହା କାରଣରୁ ପ୍ରାୟ ୧୫ ଲକ୍ଷ ଲୋକ ୟୁକ୍ରେନ୍ ଛାଡି ସାରିଛନ୍ତି। ରୁଷ ପୁଣିଥରେ ୟୁକ୍ରେନ୍ର ୪ଟି ସହରରେ ସାମୟିୟକ ଅସ୍ତ୍ରବିରତିର ଘୋଷଣା କରିସାରିଛି। ଏହି ୪ଟି ସହରରେ ରାଜଧାନୀ କିଭ୍, ମାରିୟୁପୋଲ, ଖାରକିଭ୍ ଓ ସୁମି ରହିଛି।

ସୂଚନାନୁଯାୟୀ , ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, ସିଟି ସଣ୍ଟରରେ ଜୋରଦାର ବିସ୍ଫୋରଣ ହୋଇଛି। ସକାଳ ୬ଟା ୫୫ ମିନିଟ(ସ୍ଥାନୀୟ ସମୟ ଅନୁସାରେ) ବିସ୍ଫୋରଣର ତୁରନ୍ତ ପରେ ତେଲ ଡିପୋରେ ନିଆଁ ଲାଗିଯାଇଥିଲା। ଏହି ଆକ୍ରମଣ ସମ୍ପର୍କିତ ଏକ ଭିଡିଓ ଏବେ ସାମନାକୁ ଆସିଛି। ବିସ୍ଫୋରଣର ତୁରନ୍ତ ପରେ ତେଲ ଡିପୋରେ ନିଆଁ ଲାଗିଯାଇଛି। ଏହି ଆକ୍ରମଣ ସମ୍ପର୍କିତ ଏକ ଭିଡିଓ ସାମନାକୁ ଆସିଛି। ବିସ୍ଫୋରଣ ପରେ ଆକାଶରେ କଳା ଧୂଆଁ ଦେଖିବାକୁ ମିଳିଥିଲା। ତେବେ ସ୍ପଷ୍ଟ ହୋଇପାରିନି ଯେ, କାହାର ମୃତ୍ୟୁ ହୋଇଛି କି ନାହିଁ।

Related posts

ଏଭରେଷ୍ଟ୍ ଚଢ଼ୁଥିବା ବେଳେ ଆଖି ବୁଜିଲେ ଭାରତୀୟ ମହିଳା

mahabharatanews

ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍

mahabharatanews

୧୪ ତମ ଉପରାଷ୍ଟ୍ରପତି ଭାବେ ଶପଥ ନେଲେ ଜଗଦୀପ ଧନଖଡ

mahabharatanews