ଭାରତ

ଦେଶରେ ୨୪ ଘଣ୍ଟା ମଧ୍ୟରେ ୨,୫୩୯ ଆକ୍ରାନ୍ତ ଚିହ୍ନଟ ଓ ୬୦ ଜଣ ମୃତ

ନୂଆଦିଲ୍ଲୀ: ଦେଶରେ ଏବେ ସଂକ୍ରମଣ ହାର ଓ ମୃତ୍ୟୁସଂଖ୍ୟା କମିଛି । ଧୀରେ ଧୀରେ ସ୍ଥିତି ସୁଧୁରିବାରେ ଲାଗିଛି । ଏବେ ଦୈନିକ ସଂକ୍ରମଣ ସଂଖ୍ୟା କ୍ରମଶଃ ହ୍ରାସ ପାଉଛି କିନ୍ତୁ ମୃତ୍ୟୁସଂଖ୍ୟା ବୃଦ୍ଧି ପାଉଛି। ଆଜି ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୨,୫୩୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଓ ୬୦ ଜଣ କରୋନା ଜନିତ ମୃତ୍ୟୁ ହୋଇଥିବା ରେକର୍ଡ କରାଯାଇଛି। ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୪,୩୦,୦୧,୪୭୭ ରେ ପହଞ୍ଚିଛି । ସେହିପରି କରୋନା ଜନିତ ମୃତ୍ୟୁ ସଂଖ୍ୟା ୫,୧୬,୧୩୨କୁ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟାରେ କୋଭିଡ୍-୧୯ ସଂକ୍ରମଣରୁ ସୁସ୍ଥ ହୋଇଥିବା ୪,୪୯୧ ଜଣ ଆକ୍ରାନ୍ତଙ୍କୁ ମିଶାଇ ସମୁଦାୟ ସୁସ୍ଥତା ସଂଖ୍ୟା ୪,୨୪,୫୪,୫୪୬ରେ ପହଂଚିଛି । ଅନ୍ୟପଟେ ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୩୦୭୯୯। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ପକ୍ଷରୁ ସୂଚନା ମିଳିଛି ।

Related posts

ଫିଲ୍ମ ଇଣ୍ଡଷ୍ଟ୍ରିରେ ପାଦ ଥାପିବେ ଭାରତୀୟ କ୍ରିକେଟର ମହେନ୍ଦ୍ର ସିଂ ଧୋନୀ

mahabharatanews

୯ଟି ଭିନ୍ନ ଭିନ୍ନ ନିଯୁକ୍ତି ପରୀକ୍ଷାର ପ୍ରଶ୍ନପତ୍ର ଲିକ ଘଟଣା

mahabharatanews

ଏବେ ବି ପାକିସ୍ତାନ ଉପରେ ଆର୍ଥିକ ଚାପ ପକାଉଛି ଅପରେସନ ସିନ୍ଦୁର

mahabharatanews