ଭାରତ

ଭୂମିକମ୍ପରେ ଥରିଲା ଅରୁଣାଚଳ ପ୍ରଦେଶ

(ଦିଲ୍ଲୀ) : ଭୂମିକମ୍ପରେ ଥରିଲା ଅରୁଣାଚଳ ପ୍ରଦେଶ। ଆଜି ସକାଳ ୬ଟା ୫୬ ମିନିଟ୍‌ ସମୟରେ ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୩ ମ୍ୟାଗ୍ନିଚ୍ୟୁଡ୍ ରେକର୍ଡ କରାଯାଇଛି। ତେବେ ଭୂମିକମ୍ପ କାରଣରୁ କୌଣସି କ୍ଷୟକ୍ଷତି ହୋଇନଥିବା ସୂଚନା ମିଳିଛି। ନ୍ୟାଶନାଲ ସେଣ୍ଟର ଫର୍ ସିସମୋଲୋଜି ସୂଚନା ଅନୁଯାୟୀ, ଉତ୍ତର ପାଙ୍ଗିନ୍‌ରେ ଭୂମିକମ୍ପର କେନ୍ଦ୍ରସ୍ଥଳୀ ଥିଲା। ସୂଚନାନୁଯାୟୀ , ଏହା ପୂର୍ବରୁ ଗତ ବୁଧବାର ୧୦ଟା ୨୪ ମିନିଟ୍‌ରେ ଲଦ୍ଦାଖରେ ଭୂମିକମ୍ପ ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୬ ମ୍ୟାଗ୍ନିଚ୍ୟୁଡ ରେକର୍ଡ ହୋଇଥିଲା। କାର୍ଗିଲ୍ ଠାରୁ ୩୨୮ କି.ମି ଉତ୍ତରରେ ଏହାର କେନ୍ଦ୍ରସ୍ଥଳୀ ଥିଲା।

Related posts

ଭୂକମ୍ପ ଝଟକାରେ ଥରିଲା ଜୟପୁର ଓ ମଣିପୁର

mahabharatanews

ଦିଲ୍ଲୀରେ ରେଡ୍ ଆଲର୍ଟ ଜାରି

mahabharatanews

ଏନ୍‌ଡିଟିଭି ଛାଡ଼ିଲେ ବରିଷ୍ଠ ସାମ୍ବାଦିକ ରବିଶ କୁମାର

mahabharatanews