ଅପରାଧଭାରତ

ବରିଷ୍ଠ ଆଇଏଏସ ପୂଜା ସିଙ୍ଘଲଙ୍କ ଘରୁ କୋଟି କୋଟି ଟଙ୍କା ଜବତ

ଝାରଖଣ୍ଡ:  ଖଣି ସଚିବଙ୍କ ଘରୁ ମିଳିଲା ପୁଳା ପୁଳା ଟଙ୍କା । ଟଙ୍କା ଏତେ ଯେ ଏହାକୁ ଗଣିବାକୁ ଦରକାର ପଡ଼ିଛି ମେସିନ ।ଏହି ବିଡ଼ା ବିଡ଼ା ଟଙ୍କାକୁ ଗଣତି ପାଇଁ ସ୍ୱତନ୍ତ୍ର ମେସିନ ଅଣା ଯାଇଥିଲା। ଏହାପରେ ଦୀର୍ଘ ଘଣ୍ଟା ଧରି ଟଙ୍କା ଗୁଡ଼ିକୁ ଗଣତି କରାଯାଇଥିଲା। ଝାଡ଼ଖଣ୍ତର ବରିଷ୍ଠ ଆଇଏଏସ ଅଧିକାରୀ ହେଉଛନ୍ତି ପୂଜା ସିଙ୍ଘଲ । ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଏବଂ ବିଭିନ୍ନ ଦୁର୍ନୀତିରେ ଲିପ୍ତ ଅଭିଯୋଗରେ ଇଡି ଚଢ଼ାଉ କରି ଏହି ଆଇଏଏସ ଅଧିକାରୀଙ୍କ ଘରୁ ଜବତ କରିଛି ପ୍ରାୟ ୧୯ କୋଟି ଟଙ୍କା । ଜଣେ ଆଇଏଏସଙ୍କ ଘରୁ ଏକକାଳୀନ ଏତେ ଟଙ୍କା ଜବତ ହେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

ପୂଜା ସିଂଘଲ ଏବେ ଝାଡଖଣ୍ତର ଖଣି ସଚିବ ଦାୟୀତ୍ବରେ ଅଛନ୍ତି। ବେଆଇନ ଖଣି ଖନନ ଓ ଖଣି ଆବଣ୍ଟନରେ ସେ ଅନୈତିକ ଉପାୟରେ ଏହି ଅର୍ଥ ଉପର୍ଜନ କରିଥିବା ଅଭିଯୋଗ ହେଉଛି। ସେଥିପାଇଁ ଇଡି ପକ୍ଷରୁ ତାଙ୍କ ସହ ଜଡ଼ିତ ଥିବା ୨୫ଟି ସ୍ଥାନରେ ଶୁକ୍ରବାର ଦିନ ଇଡି ଟିମ୍ ଏକାବେଳେ ଚଢଉ କରିଛି । ଏହି ସମୟରେ ତାଙ୍କ ପାଖରୁ ନଗଦ ୧୯ କୋଟି ଟଙ୍କା ଜବତ ହୋଇଛି । ସର୍ଚ୍ଚ ଅପରେସନ ବେଳେ ମିଳିଥିବା ଏହି ନଗଦ ଟଙ୍କା ଦେଖି ଇଡିର ଅଧିକାରୀମାନେ ଜଳକା ହୋଇଯାଇଥିଲେ। ୨୦୦୦, ୫୦୦, ୨୦୦ ଓ ୧୦୦ ଟଙ୍କିଆ ନୋଟ୍‌ ବିଡ଼ା ଆକାରରେ ରହିଥିଲା। ଏହି ବିଡ଼ା ବିଡ଼ା ଟଙ୍କାକୁ ଗଣତି ପାଇଁ ସ୍ୱତନ୍ତ୍ର ମେସିନ ଅଣା ଯାଇଥିଲା। ଏହାପରେ ଦୀର୍ଘ ଘଣ୍ଟା ଧରି ଟଙ୍କା ଗୁଡ଼ିକୁ ଗଣତି କରାଯାଇଥିଲା। । ଏବେ ବି ଇଡି ପକ୍ଷରୁ ରେଡ ଜାରି ରହିଛି ।

ଝାଡ଼ଖଣ୍ତ, ବିହାର, ରାଜସ୍ଥାନ, ହରିୟାଣା, ଦିଲ୍ଲୀ ଓ ପଶ୍ଚିମବଙ୍ଗ ସହିତ ପ୍ରାୟ ୧୮ ଟି ସ୍ଥାନରେ ଖୋଳତାଡ କରୁଛି ଇଡି। ପୂର୍ବରୁ ପୂଜା ସିଂଘଲଙ୍କ ନାମରେ ମନେରେଗା ଦୁର୍ନୀତି ଅଭିଯୋଗ ରହିଥିଲା। ୧୮ କୋଟିର ନରେଗା ଟଙ୍କା ହେରଫେର କରିଥିବା ପୂଜା ସିଂଘଲଙ୍କ ନାଁରେ ଝାଡଖଣ୍ତ ଭିଜିଲାନ୍ସ ମାମାଲ ଦାୟର କରିଥିଲା। ଏପରିକି ମାମଲା କୋର୍ଟରେ ମଧ୍ୟ ପହଞ୍ଚିଥିଲା। ରାଞ୍ଚି କୋର୍ଟ ତାଙ୍କ ନାମରେ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହାକୁ ଆଧାର କରି ଶୁକ୍ରବାର ଇଡିର ଅଧିକାରୀମାନେ ପୂଜା ସିଙ୍ଘଲଙ୍କ ଅଫିସ ଓ ଘରେ ଚଢ଼ଉ କରିଥିଲେ। ଏଥିସହ ତାଙ୍କର ଘନିଷ୍ଠ ସହଯୋଗୀଙ୍କ ଘରେ ମଧ୍ୟ ରେଡ୍ ହୋଇଥିଲା।

 

Related posts

୨୪ ଘଣ୍ଟାରେ ଦେଶରୁ ୩,୬୧୧ କରୋନା ସଂକ୍ରମିତ ଚିହ୍ନଟ

mahabharatanews

ପଶ୍ଚିମବଙ୍ଗର କୂଚ୍‌ବିହାର୍‌ରେ ବିଜୁଳି ଆଘାତ ଲାଗି ୧୦ କାଉଡ଼ିଆ ମୃତ; ୧୯ ଆହତ

mahabharatanews

ଛାତ ଉପରୁ ଉଠାଇ ନେଇ ଯୁବକଙ୍କୁ ଆକ୍ରମଣ ଘଟଣା: ୫ ଯୁବକ ଗିରଫ

mahabharatanews