ଓଡିଶା

ନଦୀରେ ଭାସୁଛି ଅଜଣା ମହିଳାଙ୍କ ମୃତ ଦେହ

କଟକ : ବିଡାନାସୀ ସ୍ଥିତ ଏନସିସି ଘାଟରେ ଜଣେ ଅଜଣା ମହିଳାଙ୍କ ମୃତ ଦେହ ଠାବ ହୋଇଛି। ଭାସୁଥିବା ଅଜଣା ମହିଳାଙ୍କ ମୃତଦେହକୁ ସ୍ଥାନୀୟ ଲୋକେ ଉଦ୍ଧାର କରିଥିଲେ। ଘଟଣା ସ୍ଥଳରେ ବିଡାନାସୀ ପୋଲିସ ପହଞ୍ଚି ଶବକୁ ଜବତ କରିଛି। ମୃତ ମହିଳାଙ୍କ ପରିଚୟ ମିଳିପାରିନହିଁ। ବିଡାନାସୀ ପୋଲିସ ଶବକୁ ଜବତ କରି SCB  ମେଡିକାଲକୁ ପଠାଇଛି। ପାରିପାଶ୍ୱିକ ସ୍ଥିତିକୁ ଦେଖିଲେ ମହିଳା ଜଣକ ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ପୋଲିସ ସନ୍ଦେହ ପ୍ରକାଶ କରୁଛି । ତେବେ ବ୍ୟବଛେଦ ରିପୋର୍ଟ ଆସିଲା ପରେ ସବୁ କିଛି ସ୍ପଷ୍ଟ ହେବ ବୋଲି ପୋଲିସ ପକ୍ଷରୁ ସୂଚନା ।

Related posts

୨୮ରେ ଯୁକ୍ତ୨ ପରୀକ୍ଷା ଫଳ

mahabharatanews

ବାରବାଟୀରେ ମାସ୍କ ବାଧ୍ୟତାମୂଳକ

mahabharatanews

ଅଶୋକ ପଟ୍ଟନାୟକଙ୍କ ଶ୍ରଦ୍ଧାଞ୍ଜଳି ସଭାରେ ଓସ୍ଜା ସ୍ମରଣିକା ଉନ୍ମୋଚିତ

mahabharatanews