ଓଡିଶାଖେଳଭାରତ

ହକି ଇଣ୍ଡିଆ ସଭାପତି ହେଲେ ଓଡ଼ିଆ ପୁଅ ଦିଲୀପ ତିର୍କୀ

ଭୁବନେଶ୍ବର: ହକି ଇଣ୍ଡିଆ ସଭାପତି ହେଲେ ଓଡ଼ିଆ ପୁଅ । ପୂର୍ବତନ ମହାନ୍‌ ଖେଳାଳି ଦିଲୀପ ତିର୍କୀ ‘ଭାରତୀୟ ହକି’ର ସଭାପତି ହୋଇଛନ୍ତି। ଓଡ଼ିଆ ପୁଅ ଦିଲୀପ ତିର୍କୀ ବିନା ପ୍ରତିଦ୍ବନ୍ଦ୍ବିତାରେ ଭାରତୀୟ ହକିର ସଭାପତି ହୋଇଛନ୍ତି। ପ୍ରଥମ ଥର ହକି ଇଣ୍ଡିଆ ସଭାପତି ହୋଇଛନ୍ତି ଓଡ଼ିଆ ତାରକା ଦିଲ୍ଲୀପ ତିର୍କୀ । ‘ହକି ଇଣ୍ଡିଆ’ର ସଭାପତି ପାଇଁ ମୋଟ ୩ ଜଣ ବ୍ୟକ୍ତି ନାମାଙ୍କନ ଦାଖଲ କରିଥିଲେ। କିନ୍ତୁ ସେମାନଙ୍କ ମଧ୍ୟରୁ ୨ ଜଣ ନାମାଙ୍କନ ପ୍ରତ୍ୟାହାର କରି ନେଇଥିଲେ।

ସୂଚନାଯୋଗ୍ୟ, ଭାରତୀୟ ହକି ଟିମ୍‌ର ପୂର୍ବତନ ଅଧିନାୟକ ତଥା ପଦ୍ମଶ୍ରୀପ୍ରାପ୍ତ ଦିଲୀପ ତିର୍କୀ ଗତ ୧୮ ତାରିଖରେ ହକି ଇଣ୍ଡିଆ ପାଇଁ ନାମାଙ୍କନ ଦାଖଲ କରିଥିଲେ। ଏ ନେଇ ସେ ସାମାଜିକ ଗଣମାଧ୍ୟମ ‘ଫେସ୍‌ବୁକ୍‌’ ପେଜ୍‌ ମାଧ୍ୟମରେ ସୂଚନା ଦେଇଥିଲେ। ଏହି ଅବସରରେ ସେ କହିଥିଲେ ଯେ, ହକି ଇଣ୍ଡିଆକୁ ସେ ଏକ ନୂତନ ପରିଚୟ ଦେଇପାରିବେ।

Related posts

ଦରବୃଦ୍ଧି ପ୍ରସଙ୍ଗରେ ଆନ୍ଦୋଳନକୁ ଓହ୍ଲାଇବ ବିଜେଡି

mahabharatanews

ଆଶ୍ଚର୍ଯ୍ୟ ହେଲେ ବି ସତ,୧୦ ବର୍ଷ ବାଳକର ରହଛି ୫୦ଟି ଦାନ୍ତ

mahabharatanews

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଭାରସାମ୍ୟ ହରାଇ ଓଲଟିଲା ବସ

mahabharatanews