ଓଡିଶା

ଅନ୍ତଃକଲେଜ ଫୁଟବଲ ଟୁର୍ଣ୍ଣାମେଣ୍ଟର ଶୁଭାରମ୍ଭ

କୋରାପୁଟ /ମନୋଜ ଦାସ :କୋରାପୁଟ ଜିଲ୍ଲା ଜୟପୁର ବିକ୍ରମଦେବ ସ୍ୱୟଂଶାସିତ ମହାବିଦ୍ୟାଳୟ ପ୍ଲାଟିନମ୍ ଜୁବୁଲି ପାଳନ ଅବସରରେ ଆରମ୍ଭ ହୋଇଛି ଅନ୍ତଃକଲେଜ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ। ଉଦ୍‌ଘାଟନୀ ମ୍ୟାଚ୍ ରେ ନବରଙ୍ଗପୁରର ଡାବୁଗାଁ ଭୈରବ ଡିଗ୍ରୀ କଲେଜ ୧-୦ ଗୋଲରେ କୁନ୍ଦୁରା ବିଜୁ ପଟ୍ଟନାୟକ ମହାବିଦ୍ୟାଳୟକୁ ପରାସ୍ତ କରିଛି। ୨୮ ତାରିଖରୁ ଫିଲ୍ମଚର ଅନୁଯାୟୀ ଲିଗ୍ ମ୍ୟାଚ୍ ଖେଳାଯିବ । ନଭେମ୍ବର ୧ ତାରିଖରେ ଫାଇନାଲ୍ ମ୍ୟାଚ ହେବ ବୋଲି କଲେଜ ଅଧ୍ୟକ୍ଷ ଡ. ଗୋପାଳ ହାଲଦାର କହିଛନ୍ତି। ଅଧ୍ୟକ୍ଷ ଶ୍ରୀ ହାଲଦାର କ୍ରୀଡ଼ା ପତାକା ଉତ୍ତୋଳନ କରିଥିଲେ । କହିଥିଲେ, ଏବର୍ଷ ପ୍ଲାଟିନମ୍ ଜୁବୁଲି ପଡୁଥିବାରୁ କଲେଜ ଏହି ଟୁର୍ଣ୍ଣାମେଣ୍ଟର ହୋଷ୍ଟ କରୁଛି।

ଦୀର୍ଘ ୬ ବର୍ଷ ପରେ କଲେଜ ପରିସରରେ ଅନ୍ତଃକଲେଜ ମ୍ୟାଚ୍ ଖେଳାଯାଉଛି। ସମସ୍ତଙ୍କ ସହଯୋଗ କାମନା କରି ଖେଳାଳି ଏବଂକର୍ମକର୍ତ୍ତାଙ୍କ ସହ ଆଲୋଚନା କରିଥିଲେ। ପ୍ରଥମେ ଟସ୍ ଜିତିଥିଲା ଡାବୁଗାଁ ଟିମ୍ । ୭୦ ମିନିଟର ସମୟ ସୀମା ମଧ୍ୟରେ ପ୍ରଥମ ବିରତି ପର୍ୟ୍ୟନ୍ତ ଉଭୟ ଦଳ ଲଢ଼ୁଆ ଖେଳ ପ୍ରଦର୍ଶନ କରି କେହି କାହାକୁ ଗୋଲ ଦେଇ ପାରିନଥିଲେ । ଖେଳ ସରିବାର ୧୦ ମିନିଟ୍ ପୂର୍ବରୁ ଡାବୁଗାଁ ଦଳ ଗୋଟିଏ ଗୋଲ ସ୍କୋର କରିଥିଲା । କୁନ୍ଦୁରାକୁ ପରାସ୍ତ କରି ବିଜୟୀ ହୋଇଥିଲେ ।

Related posts

୫ଟି ସଚିବଙ୍କ ମୟୂରଭଞ୍ଜ ଗସ୍ତ

mahabharatanews

କୁକୁଡା ଆଣିବାକୁ ଯାଉଥିବା ଟ୍ରକକୁ ଧକ୍କା ଦେଲା ହାଇୱା

mahabharatanews

ଟ୍ରାକ୍ଟର ଦୁର୍ଘଟଣାରେ ମହିଳା ମୃତ୍ୟୁ

mahabharatanews