ଭାରତରାଜନୀତି

୨୦ରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ସିଦ୍ଧରମୈୟା

(କର୍ଣ୍ଣାଟକ) : ଆସନ୍ତା ୨୦ରେ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ସିଦ୍ଧରମୈୟା । ଏହି ଶପଥ ଗ୍ରହଣ ସମାରୋହ ପାଇଁ ଅନେକ ରାଜ୍ୟର ସିଏମ୍ ମାନଙ୍କୁ ନିମନ୍ତ୍ରଣ ପଠାଯାଇଛି । ଓଡିଶା ସିଏମ ନବୀନ ପଟ୍ଟନାୟକଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଛି ।  ସେହିପରି ରାଜ୍ୟ କଂଗ୍ରେସ ସଭାପତି ଡି.କେ ଶିବକୁମାରଙ୍କୁ କରାଯାଇଛି ଉପ ମୁଖ୍ୟମନ୍ତ୍ରୀ । ଏନେଇ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ୍ ଖାଡ଼ଗେ ଚୂଡ଼ାନ୍ତ ନିଷ୍ପତ୍ତି ନେଇଛନ୍ତି ।

ସୂଚନାନୁଯାୟୀ , ମୁଖ୍ୟମନ୍ତ୍ରୀ ପଦବୀକୁ ନେଇ ଦୁଇ ନେତା ସିଦ୍ଧରମୈୟା ଏବଂ ଡି.କେ ଶିବକୁମାରଙ୍କୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଗତକାଲି ଦୁଇ ନେତା ଦିଲ୍ଲୀରେ ଦଳର ରାଷ୍ଟୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାଡଗେ ଏବଂ ପୂର୍ତତନ ସାଂସଦ ରାହୁଲ ଗାନ୍ଧୀଙ୍କ ଉପସ୍ଥିତିରେ ଏକାଧିକ ପର୍ଯ୍ୟାୟ ଆଲୋଚନା କରିଥିଲେ । ପରେ ଶୀର୍ଷ ପଦବୀକୁ ନେଇ ହୋଇଥିଲା ନିଷ୍ପତ୍ତି ।

Related posts

ମୋ କିଡନୀ ଚୋରି କରିଥିବା ଡାକ୍ତରଙ୍କ କିଡନୀ ମୋତେ ଦିଅ

mahabharatanews

କକ୍ଷପଥ ପରିବର୍ତ୍ତନ କଲା ଚନ୍ଦ୍ରଯାନ

mahabharatanews

ଦେଶରେ ଦିନକରେ ୮,୦୧୩ ଆକ୍ରାନ୍ତ ଚିହ୍ନଟ ଓ ୩୦୨ ଜଣ ମୃତ

mahabharatanews