Uncategorized

ବୃଦ୍ଧି ପାଉଛି ହାତୀ ଆକ୍ରମଣ ,୩ ଗୁରୁତର 

(କେଉଁଝର) : ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ହାତୀ ଆକ୍ରମଣ । ଏହାରି ମଧ୍ୟରେ ଏଭଳି ଅଘଟଣ ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ତେଲକୋଇ ବନାଞ୍ଚଳରେ । ତେବେ ଜିଲ୍ଲାରେ ସମସ୍ତେ କାମ କରିବାକୁ ଭୟ କରିଲେଣି ।  ଆଜି ସକାଳୁ ହାତୀ ଆକ୍ରମଣରେ ୩ ଜଣ ଶ୍ରମିକ ଗୁରୁତର ଭାବେ ଆହତ ହୋଇଛନ୍ତି। ସେମାନଙ୍କୁ ଚିକିତ୍ସା ଲାଗି ମେଡିକାଲରେ ଭର୍ତ୍ତି କରାଯାଇଛି।

 

 ସୂଚନାନୁସାରେ, ଆଜି ସକାଳୁ ଶ୍ରମିକମାନେ ଗୋପିନାଥପୁର କେନ୍ଦୁପତ୍ର ଫଡିକୁ କାମ କରିବାକୁ ଯାଉଥିବା ବେଳେ ହାତୀ ହାବୁଡରେ ପଡିଯାଇଥିଲେ। କୁଣ୍ଢେଇହତା ଗ୍ରାମ ନିକଟରେ ସେମାନଙ୍କୁ ହାତୀ ଆକ୍ରମଣ କରିବା ଯୋଗୁଁ ୩ ଜଣ ଶ୍ରମିକ ଗୁରୁତର ଭାବେ ଆହତ ହୋଇଛନ୍ତି।ସେମାନଙ୍କୁ ଚିକିତ୍ସାଲାଗି ଆମ୍ବୁଲାନ୍ସ ଯୋଗେ ତେଲକୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Related posts

ଗତ ୨୪ ଘଣ୍ଟାରେ ଦେଶରେ ୨୮,୬୩୭ ଜଣ ସଂକ୍ରମିତ

mahabharatanews

ବିଜ୍ଞାନ ସମଗୋତ୍ରୀ ବିବାହକୁ ସ୍ୱୀକୃତି ଦେଉନାହିଁ: ଖଟ୍ଟର

mahabharatanews

ଦେଶରେ ୨୪ ଘଣ୍ଟାରେ୪୦ ଜଣଙ୍କ ମୃତ୍ୟୁ

mahabharatanews