ଓଡିଶା

୨୧ଟି ନୂଆ ବସ୍‌ଷ୍ଟାଣ୍ଟ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

(ଭୁବନେଶ୍ୱର) : ଯାତ୍ରୀଙ୍କ ସୁବିଧା ନିମନ୍ତେ ରାଜ୍ୟର ପ୍ରତିଟି ସ୍ଥାନରେ ହେବ ଅତ୍ୟାଧୁନିକ ବସଷ୍ଟାଣ୍ଡ । ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ‘ଆମ ବସ୍‌ଷ୍ଟାଣ୍ଡ ଯୋଜନା’ରେ ରାଜ୍ୟର ୧୩ ଟି ଜିଲ୍ଲାରେ ୨୧ଟି ନୂଆ ବସ୍‌ଷ୍ଟାଣ୍ଟ ଉଦ୍‌ଘାଟନ କରିଛନ୍ତି । ଏହାସହିତ ଏହାକୁ ପରିବହନ କ୍ଷେତ୍ରରେ ଏକ ନୂଆ ମାଇଲଷ୍ଟୋନ ବୋଲି ବର୍ଣ୍ଣନା କରି ମୁଖ୍ୟମନ୍ତ୍ରୀ ।

ସୂଚନାନୁଯାୟୀ ,  ୨୬ଟି ଜିଲ୍ଲାରେ ୧୨୪ଟି ବ୍ଲକ୍‌ସ୍ତରୀୟ ବସ୍‌ଷ୍ଟାଣ୍ଡ ନିର୍ମାଣ ପାଇଁ ଭିତ୍ତି ମଧ୍ୟ ରଖିଛନ୍ତି । ସେ  କହିଛନ୍ତି ଯେ ଏ ସମସ୍ତ ବସ୍‌ଷ୍ଟାଣ୍ଡ ସଂପୂର୍ଣ୍ଣ ହେଲେ, ରାଜ୍ୟର ୨  କୋଟି ଲୋକ ଉପକୃତ ହେବେ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏ ସମସ୍ତ ବସ୍‌ଷ୍ଟାଣ୍ଡ ଅତ୍ୟନ୍ତ ଆଧୁନିକ ଓ ସ୍ମାର୍ଟ ବସ୍‌ଷ୍ଟାଣ୍ଡ । ଏଥିରେ ଯାତ୍ରୀ, ଡ୍ରାଇଭର ତଥା ସମସ୍ତ ସହକାରୀ କର୍ମଚାରୀ ମାନଙ୍କ ପାଇଁ ସସସ୍ତ ପ୍ରକାର ସୁବିଧା ଉପଲ୍‌ବଧ ଅଛି । ଏହାସହିତ ମୁଖ୍ୟମନ୍ତ୍ରୀ ମୋ ପରିବହନ ସେବା ଓ ମୋବାଇଲ ଆପ୍‌ ର ଶୁଭାରମ୍ଭ କରି କହିଥିଲେ ଯେ ଏହାଦ୍ବାରା ବିଭିନ୍ନ ପରିବହନ ସେବା ପାଇଁ ଆଉ ସରକାରୀ ଅଫିସକୁ ଯିବା ଆବଶ୍ୟକତା ରହିବ ନାହିଁ । ଡ୍ରାଇଭର ମାନଙ୍କୁ ଗାଡି ଚଳାଇବା କ୍ଷେତ୍ରରେ ଅଧିକ ଦକ୍ଷ କରିବା ପାଇଁ ମୁଖ୍ୟମନ୍ତ୍ରୀ ସୁ-ବାହକ ଯୋଜନାର ଶୁଭାରମ୍ଭ କରିଥିଲେ । ଗଞ୍ଜାମର ପାଲୁର ଠାରେ ଏକ ଡ୍ରାଇଭିଂ ଟ୍ରେନିଂ ସେଣ୍ଟର ଉଦ୍‌ଘାଟନ କରିଥିଲେ ।

Related posts

ପିଏମଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ସିରିଗିଡାର ସୁବର୍ଣ୍ଣ ଜୟନ୍ତୀ ସମାରୋହ ଅନୁଷ୍ଠିତ

mahabharatanews

ଆଇଜି କଲେଜ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ

mahabharatanews

ନୂଆ ମୁଖ୍ୟ ବିଚାରପତି ପଦ ପାଇଁ ନାମ ସୁପାରିସ୍‌

mahabharatanews