ଓଡିଶା

ଆସୁଛନ୍ତି ମା ; କଟକରେ ନିଶା ମୁକ୍ତ ସହ DJ ମୁକ୍ତ 

(କଟକ) : ଆସୁଛନ୍ତି ମା ।  ପ୍ରସିଦ୍ଧ ଦୁର୍ଗା ପୂଜା ପାଇଁ ଆରମ୍ଭ ହେଲାଣି ସଜବାଜ । କଟକ ସହରର ଦୁର୍ଗାପୂଜାକୁ ଶୃଙ୍ଖଳିତ କରିବାକୁ ଏଥର ନିଆଯାଇଛି ନିଷ୍ପତ୍ତି । ଏଥର ପୂଜାରୁ ନିଶା ମୁକ୍ତ ଓ DJ ମୁକ୍ତ କରିବାକୁ ନିଷ୍ପତ୍ତି ନିଆଯାଇଛି । ସମସ୍ତ ୧୭୦ ପୂଜା କମିଟିକୁ ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । କଟକ ମହାନଗର ଶାନ୍ତି କମିଟି ଆନୁକୂଲ୍ୟରେ ଅନୁଷ୍ଠିତ ଏହି ବୈଠକରେ ପୂଜାକୁ ଶାନ୍ତି ଶୃଙ୍ଖଳାର ସହ ସମାପନ କରିବାକୁ ନିଷ୍ପତ୍ତି ହୋଇଛି ।

ସୂଚନାନୁଯାୟୀ , ପୂଜା କମିଟି ଗୁଡିକ ପକ୍ଷରୁ ନିଶାମୁକ୍ତ ଓ ଡିଜେ ମୁକ୍ତ ଭସାଣ ପାଇଁ ପ୍ରସ୍ତାବ ଦେଇଥିବାରୁ ପୋଲିସ କମିଶନର ସମସ୍ତଙ୍କୁ ପ୍ରଶଂସା କରିଛନ୍ତି । ଚଳିତବର୍ଷ ୨୯ ମେଢରେ ଚାନ୍ଦି ଝଟକିବେ । ଅକ୍ଟୋବର ୨୦  ତାରିଖରୁ ୨୪ ତାରିଖ ପର୍ଯ୍ୟନ୍ତ କଟକ ଶାରଦୀୟ ଦୁର୍ଗାପୂଜା । ୨୫ ତାରିଖରେ ଭସାଣ ଉତ୍ସବ ଅନୁଷ୍ଠିତ ହେବ ।

Related posts

ଆସନ୍ତା ୧୦ ତାରିଖକୁ ମାଣ୍ଡିଆ ଦିବସ ଭାବେ ପାଳନ କରିବେ ରାଜ୍ୟ ସରକାର

mahabharatanews

ରାଜ୍ୟରେ ହଜାରେ ଉପରେ ଦୈନିକ କରୋନା ସଂକ୍ରମଣ: ଖୋର୍ଦ୍ଧାକୁ ଟପିଲା ସୁନ୍ଦରଗଡ଼ରେ କରୋନା ସଂକ୍ରମିତଙ୍କ ସଂଖ୍ୟା

mahabharatanews

ତୃତୀୟ ଲିଙ୍ଗଙ୍କ ସମ୍ବନ୍ଧରେ ଆଇନଗତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

mahabharatanews