(ଭିଏତନାମ) : ଭୟାବହ ଅଗ୍ନିକାଣ୍ଡରେ ୫୬ ଜୀବନ୍ତ ଦଗ୍ଧ । ଭିଏତନାମର ରାଜଧାନୀ ହାନୋଇରେ ଭୟାବହ ଅଗ୍ନିକାଣ୍ତ । ଏକ ୯ ମହଲା ଆପାର୍ଟମେଣ୍ଟ ବ୍ଲକରେ ଅଗ୍ନିକାଣ୍ତ ଘଟି ୫୬ ଜଣ ଲୋକ ଜୀବନ୍ତ ଦଗ୍ଧ ହୋଇଥିବା ନେଇ ସୂଚନା ରହିଛି ।
ସୂଚନାନୁଯାୟୀ , ସବୁଠାରୁ ବଡ ଦୁଖଦଃ ଖବର ହେଉଛି ମୃତମାନଙ୍କ ମଧ୍ୟରେ ଛୋଟ ଛୁଆ ମଧ୍ୟ ରହିଛନ୍ତି । ବିଲଡିଂରୁ ଉଦ୍ଧାର ହୋଇଥିବା ଅନେକ ଲୋକ ଆହତ ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ତେବେ ମୃତ୍ୟୁକ ପ୍ରକୃତ ସଂଖ୍ୟା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରି ନାହିଁ ଏହି ୯ ମହଲା କୋଠାରେ ପ୍ରାୟ ୧୫୦ ଲୋକ ରହୁଥିବା ବେଳେ ଉଦ୍ଧାର କର୍ମଚାରୀମାନେ ପ୍ରାୟ ୭୦ ଜଣଙ୍କୁ ଉଦ୍ଧାର କରିଛନ୍ତି। ନିଆଁ ଲିଭାଇ ଦିଆଯାଇଛି କିନ୍ତୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି।