ଓଡିଶାଭାରତ

ପାର୍ବଣ ଋତୁ ପୂର୍ବରୁ କମିଲା ସୁନା ଦର 

(ଭୁବନେଶ୍ୱର) :  ଆଗକୁ ଆସୁଛି ପର୍ବ ପର୍ବାଣି, ଯାହା ପୂର୍ବରୁ ଶସ୍ତା ହେଲା ସୁନା । ଗତ ଏକ ମାସ ମଧ୍ୟରେ ୨ ହଜାର ଟଙ୍କା ଖସିଲା ସୁନା ମୂଲ୍ୟ । ଅକ୍ଟୋବର ମାସ ଆରମ୍ଭ ଯଥା ୫ ଦିନ ମଧ୍ୟରେ ୧୧୦୦ ଟଙ୍କା କମିଛି ସୁନା ଦର । ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, ସେପ୍ଟେମ୍ବର ପହିଲାରେ ସୁନା ଦାମ ୫୫ ହଜାର ଟଙ୍କା ଥିଲା ।

ସୂଚନାନୁଯାୟୀ , ସେହିପରି ରୁପା ଦର ମଧ୍ୟ କମିଛି । ଗତ ଏକ ମାସ ମଧ୍ୟରେ ରୁପା ଦାମ ୭ହାଜର ଟଙ୍କା ଖସିଛି । ସେପ୍ଟେମ୍ବର ମାସ ପହିଲାରୁ ରୁପା କିଲୋଗ୍ରାମ ପିଛା ୭୭ ହଜାର ଟଙ୍କା ରହିଥିଲା । ଯାହା ବର୍ତ୍ତମାନ ୭୦ ହାଜରରେ ପହଞ୍ଚିଛି । ରଜାଧାନୀ ଭୁବନେଶ୍ୱରରେ ଆଜି ୨୪ କ୍ୟାରେଟ୍ ସୁନା ମୂଲ୍ୟ ୫୬ ହଜାର ୮୦୦ ଟଙ୍କା ରହିଥିବା ବେଳେ ୨୨ କ୍ୟାରେଟ ସୁନାର ମୂଲ୍ୟ ୫୨ ହଜାର ୪୦୦ ଟଙ୍କା ଏବଂ ୧୮ କ୍ୟାରେଟ୍ ସୁନାର ଦାମ ୪୩ ହଜାର ୨୦୦ ଟଙ୍କା ରହିଛି । ସେହିପରି ଆଜି ନୂଆଦିଲ୍ଲୀରେ ୨୨ କ୍ୟାରେଟ୍ ସୁନା ମୂଲ୍ୟ ୫୨,୭୫୦ ଏବଂ ୨୪ କ୍ୟାରେଟ୍ ସୁନାର ଦର ୫୭, ୫୩୦ ଟଙ୍କା ରହିଥିବା ବେଳେ ରୁପାର ମୂଲ୍ୟ କିଲୋଗ୍ରାମ ପିଛା ୭୦,୭୦୦ ରହିଛି ।

Related posts

ନିର୍ବାଚନ ଆଚରଣବିଧି ଉଲଂଙ୍ଘନରେ ସିିଇଓଙ୍କ ସମୀକ୍ଷା

mahabharatanews

ଭିଜିଲାନ୍ସ ଜାଲରେ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ

mahabharatanews

ମହାପ୍ରଭୁଙ୍କ ସେବାରେ ୬ ମାସ ୨୧ ଦିନର ସର୍ବକନିଷ୍ଠ ଦଇତାପତି ଶ୍ରୀଅଂଶ

mahabharatanews