ଭାରତ

ଦଣ୍ଡିତ ହେବେ ‘ଡିପ୍‌ଫେକ୍‌’ଭିଡିଓ ମେକର

(ଦିଲ୍ଲୀ) : ସାରା ଦେଶରେ ଏବେ ‘ଡିପ୍‌ଫେକ୍‌’ଜନିତ ସମସ୍ୟା ଥମିବାର ନାଁ ନେଉନି । ଯାହାର ମୁକାବିଲା କରିବା ଲାଗି ଖୁବ୍‌ ଶୀଘ୍ର ପ୍ରଚଳିତ ଆଇନକୁ ସଂଶୋଧନ କରାଯିବ କିଂବା ନୂଆ ଆଇନ କରାଯିବ ବୋଲି ଆଜି କେନ୍ଦ୍ର ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି।

ସୂଚନାନୁଯାୟୀ , ସେ କହିଛନ୍ତି, ‘ଡିପ୍‌ଫେକ୍‌’ ଭିଡିଓର ସ୍ରଷ୍ଟା ବା ନିର୍ମାଣକାରୀ ଏବଂ ସେଗୁଡ଼ିକୁ ପ୍ରସାରଣ କରୁଥିବା ‘ପ୍ଲାଟ୍‌ଫର୍ମ’ ପାଇଁ ବିହିତ ଦଣ୍ଡ ବିଧାନ ମଧ୍ୟ କରାଯିବ। ଏଥିପାଇଁ ୧୦ ଦିନ ମଧ୍ୟରେ କେନ୍ଦ୍ର ସରକାର କାର୍ଯ୍ୟାନୁଷ୍ଠାନମୂଳକ ପନ୍ଥା ବାହାର କରିବେ। ‘ଡିପ୍‌ଫେକ୍‌’ ଚିହ୍ନଟ, ତାହାର ପ୍ରସାରଣ ରୋକିବା, ରିପୋର୍ଟିଙ୍ଗ ବ୍ୟବସ୍ଥାକୁ ସୁଦୃଢ଼ କରିବା ଏବଂ ଏ ସଂକ୍ରାନ୍ତରେ ଜନସଚେତନତା ପ୍ରସାର କରିବା ଆଦି ଏହି କାର୍ଯ୍ୟାନୁଷ୍ଠାନମୂଳକ ଉପାୟରେ ଅନ୍ତର୍ଭୁକ୍ତ କରାଯାଇଛି। ୪ଟି ମୁଖ୍ୟ ସମସ୍ୟା ଉପରେ ଆଲୋଚନା କରାଯାଇଥିଲା। ତାହା ହେଉଛି, କେମିତି ‘ଡିପ୍‌ଫେକ୍‌’କୁ ଚିହ୍ନଟ କରାଯାଇ ପାରିବ। ‘ଡିପ୍‌ଫେକ୍‌’କୁ ପୋଷ୍ଟିଙ୍ଗ୍‌ କରିବାରୁ କେମତି ଲୋକମାନଙ୍କୁ ବାଧା ଦିଆଯିବ। କେମିତି ‘ଡିପ୍‌ଫେକ୍‌’ କଣ୍ଟେଣ୍ଟ୍‌କୁ ଭାଇରାଲ୍‌ ହେବାରୁ ନିବୃତ କରାଯିବ।

Related posts

କ୍ଷେପଣାସ୍ତ୍ର ମାଡ଼ରେ ଜଣେ ଭାରତୀୟ ନିହତ

mahabharatanews

ଆପ ସରକାର ଭାଙ୍ଗିବାକୁ ବିଜେପିର ଯୋଜନା

mahabharatanews

ଦିଲ୍ଲୀରେ ସବୁଠୁ ଅଧିକା ଥଣ୍ଡା ରେକର୍ଡ

mahabharatanews