ମନୋରଞ୍ଜନ

ଚେନ୍ନାଇରେ ଜୀବନଯାତ୍ରା ଠପ୍, ଫସିଲେ ଅମିର ଖାନ୍

(ଚେନ୍ନାଇ) : ଫସିଲେ ବଲିଉଡ୍‌ ଅଭିନେତା ଅମିର ଖାନ୍‌, ବିଷ୍ଣୁ ବିଶାଲ, ବ୍ୟାଡମିଣ୍ଟନ ଖେଳାଳି ଜ୍ବାଲା ଗୁଟ୍ଟା । ସାମୁଦ୍ରିକ ଝଡ଼ ମିଗଜୋମ୍‌ର ବଡ଼ ପ୍ରଭାବ ଚେନ୍ନାଇ ମହାନଗରରେ ଦେଖିବାକୁ ମିଳିଛି। ପବନ ସାଙ୍ଗକୁ ପ୍ରବଳ ବର୍ଷା ହେବାରୁ ଦୁଇଦିନ ଧରି ଚେନ୍ନାଇରେ ଜୀବନଯାତ୍ରା ଠପ୍‌ ହୋଇଯାଇଛି। ସେମାନଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ସାମାଜିକ ଗଣମାଧ୍ୟମରେ ବିଷ୍ଣୁ ବିଶାଲ ଏହି ସୂଚନା ଦେଇଛନ୍ତି।

ସୂଚନାନୁଯାୟୀ, ଏଥିପାଇଁ ସେ ଅଗ୍ନିଶମ ଏବଂ ଉଦ୍ଧାରକାରୀ ଦଳକୁ ଧନ୍ୟବାଦ ଦେଇଛନ୍ତି। ଉଦ୍ଧାର ସମୟରେ ଅମିର ଖାନ୍‌ଙ୍କ ଧୈର୍ଯ୍ୟକୁ ତାମିଲନାଡ଼ୁର ଶିଳ୍ପମନ୍ତ୍ରୀ ଡ ଟିଆର୍‌ବି ରାଜା ପ୍ରବଳ ପ୍ରଶଂସା କରିଛନ୍ତି। ଉଦ୍ଧାର ବେଳେ ସେ ସାଧାରଣ ଲୋକଙ୍କ ପରି ତାଙ୍କ ସମୟ ଆସିବା ପର୍ଯ୍ୟନ୍ତ ଅପେକ୍ଷା କରିଥିଲେ ବୋଲି ମନ୍ତ୍ରୀ କହିଛନ୍ତି। ଅଭିନେତା ଅମିର ଖାନ୍‌ଙ୍କ ମା’ ଚେନ୍ନାଇରେ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଏଥିପାଇଁ ଅମିର ମଧ୍ୟ ଚେନ୍ନାଇରେ ରହୁଥିଲେ।

Related posts

ଅନଶନ ଭାଙ୍ଗିଲେ ସନ୍‌ଲିସା, ୨୮ରେ ବୈଠକ

mahabharatanews

ରକ୍ଷାବନ୍ଧନରେ ଭେଟି , ରିଲିଜ ହେବ ଚଳଚ୍ଚିତ୍ର ‘ଯବାନ’ର ଟ୍ରେଲର

mahabharatanews

ଚନ୍ଦ୍ରଯାନ-୩ ସଫଳତା; ଖୁସି ଜାହିର କଲେ ବଲିଉଡ କଳାକାର

mahabharatanews