ଭାରତ

ଡିପ୍‌ଫେକ୍‌ ମାମଲା :  ଆଇଟି ମନ୍ତ୍ରଣାଳୟ ଏକ ମାର୍ଗଦର୍ଶିକା ଜାରି

(ଦିଲ୍ଲୀ) : ଡିପ୍‌ଫେକ୍‌କୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଭୀର ଚିନ୍ତା ପ୍ରକଟ କରିବା ପରେ ତାହାର ମୁକାବିଲା ଲାଗି ଆଇଟି ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବାକୁ କୁହାଯାଇଛି। ଏନେଇ ‌ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରଣାଳୟ ଏକ ମାର୍ଗଦର୍ଶିକା ଜାରି କରିଛି।

ସୂଚନାନୁଯାୟୀ , ଅଭି‌ନେତ୍ରୀ ରଶ୍ମିକା ମନ୍ଦାନା, କ୍ୟାଟ୍ରିନା କୈଫ୍‌, କାଜୋଲ୍, ଆଲିଆ ଭଟ୍ଟ, ଶିଳ୍ପପତି ରତନ ଟାଟା, ଏନ୍ ଆର୍‌ ନାରାୟଣମୂର୍ତ୍ତି ଡିପ୍‌ଫେକ୍‌ର ଶିକାର ହେବା ପରେ ଏହି ସମସ୍ୟା କେତେ ଗମ୍ଭୀର ତାହା ଜନସାଧାରଣଙ୍କୁ ଅବଗତ କରିବା ଲାଗି ପ୍ରଧାନମନ୍ତ୍ରୀ ମୋଦୀ ନିଜେ ଲୋକମାନଙ୍କୁ ସତର୍କ ରହିବାକୁ ଆହ୍ବାନ ଦେଇଥିଲେ। ଏହା ପରେ ଆଇଟି ମନ୍ତ୍ରଣାଳୟ ପକ୍ଷରୁ ସାମାଜିକ ଗଣମାଧ୍ୟମ ଓ ପ୍ରଯୁକ୍ତି ସଂସ୍ଥାଗୁଡ଼ିକର ଏକ ବୈଠକ ଡକାଯାଇଥିଲା। ଦୁଇ ଥର ବୈଠକ ଅନୁଷ୍ଠିତ ହୋଇଥିଲା। ପୂର୍ବ ବୈଠକରେ ମେଟା, ଗୁଗୁଲ୍, ଟେଲିଗ୍ରାମ, କୁ, ସେୟାରଚାଟ୍‌, ଆପଲ୍‌, ଏଚ୍‌ପି ଓ ଡେଲ୍‌ ଭଳି ସଂସ୍ଥାର ପ୍ରତିନିଧି ଭାଗ ନେଇଥିଲେ।

Related posts

ମୃତ୍ୟୁ ପାଇଥିବା ୮ ନୌସେନାଙ୍କ ପରିବାରବର୍ଗଙ୍କୁ ଭେଟିଲେ ଏସ୍‌. ଜୟଶଙ୍କର

mahabharatanews

ବିଜେପି ପକ୍ଷରୁ ସାଲେପୁରରେ ହିତାଧିକାରୀ କୃଷକ ସମାବେଶ

mahabharatanews

ଆଜିଠୁ ସର୍ବସାଧାରଣଙ୍କ ପାଇଁ ଖୋଲିବ ଅମୃତ ଉଦ୍ୟାନ

mahabharatanews