ଭାରତ

ଘନ କୁହୁଡ଼ି ଜାରି : ୧୧୦ଟି ବିମାନ ବିଳମ୍ବିତ 

(ଦିଲ୍ଲୀ) : ଘନ କୁହୁଡ଼ି ଏବଂ କମ୍ ଦୃଶ୍ୟମାନତା କାରଣରୁ ନୂଆଦିଲ୍ଲୀରେ ଅନେକ ଟ୍ରେନ୍ ପ୍ରଭାବିତ ହେବା ସହ ୧୧୦ଟି ବିମାନ ବିଳମ୍ବିତ ହୋଇଛି। ଉତ୍ତର ଭାରତରେ ଶୀତର ପ୍ରକୋପ ଜାରି ରହିଥିବାବେଳେ ଡିସେମ୍ବର ୨୭ରେ ଦିଲ୍ଲୀରେ ଘନ କୁହୁଡ଼ି କାୟା ବିସ୍ତାର କରିଥିଲା। ଆଜି ତାପମାତ୍ରା ପାଖାପାଖି ୭ ଡିଗ୍ରି ସେଲସିୟସ ରେକର୍ଡ କରାଯାଇଛି।

ସୂଚନାନୁଯାୟୀ , ଡିସେମ୍ବର ୨୭ରୁ ୨୯ ମଧ୍ୟରେ ଦିଲ୍ଲୀ, ଉତ୍ତର ପ୍ରଦେଶ ଓ ଅନ୍ୟ କେତେକ ରାଜ୍ୟରେ ଘନରୁ ଅତି ଘନ କୁହୁଡ଼ି ସତର୍କ ସୂଚନା ଜାରି କରାଯାଇଛି। ଫଳରେ କୁହୁଡ଼ି ଓ କମ୍ ଦୃଶ୍ୟମାନତା କାରଣରୁ ନୂଆଦିଲ୍ଲୀକୁ ଆସୁଥିବା ଓ ଛାଡ଼ିବାକୁ ଥିବା ଟ୍ରେନ୍ ବିଳମ୍ବିତ ହେଉଛି। ରିପୋର୍ଟ ଅନୁଯାୟୀ, ୨୫ରୁ ଅଧିକ ଟ୍ରେନ୍ ବିଳମ୍ବରେ ଚାଲିଛି। ଘରୋଇ ଓ ଅନ୍ତର୍ଜାତୀୟ ବିମାନକୁ ମିଶାଇ ୧୧୦ଟି ବିମାନ ବିଳମ୍ବିତ ହୋଇଛି।

Related posts

ସରିଛି ୫ଜି ସ୍ପେକ୍ଟ୍ରମ ନିଲାମ

mahabharatanews

୧୧ ତାରିଖରେ ପ୍ରଧାନମନ୍ତ୍ରୀ ତାମିଲନାଡୁ, କର୍ଣ୍ଣାଟକ ଗସ୍ତରେ ଜିବେ

mahabharatanews

କୁହୁଡ଼ି ଯୋଗୁଁ ଦିଲ୍ଲୀ ସମେତ ୬ରାଜ୍ୟରେ ସତର୍କ ସୂଚନା ଜାରି 

mahabharatanews