ଭାରତ

ଘନ କୁହୁଡ଼ି ଜାରି : ୧୧୦ଟି ବିମାନ ବିଳମ୍ବିତ 

(ଦିଲ୍ଲୀ) : ଘନ କୁହୁଡ଼ି ଏବଂ କମ୍ ଦୃଶ୍ୟମାନତା କାରଣରୁ ନୂଆଦିଲ୍ଲୀରେ ଅନେକ ଟ୍ରେନ୍ ପ୍ରଭାବିତ ହେବା ସହ ୧୧୦ଟି ବିମାନ ବିଳମ୍ବିତ ହୋଇଛି। ଉତ୍ତର ଭାରତରେ ଶୀତର ପ୍ରକୋପ ଜାରି ରହିଥିବାବେଳେ ଡିସେମ୍ବର ୨୭ରେ ଦିଲ୍ଲୀରେ ଘନ କୁହୁଡ଼ି କାୟା ବିସ୍ତାର କରିଥିଲା। ଆଜି ତାପମାତ୍ରା ପାଖାପାଖି ୭ ଡିଗ୍ରି ସେଲସିୟସ ରେକର୍ଡ କରାଯାଇଛି।

ସୂଚନାନୁଯାୟୀ , ଡିସେମ୍ବର ୨୭ରୁ ୨୯ ମଧ୍ୟରେ ଦିଲ୍ଲୀ, ଉତ୍ତର ପ୍ରଦେଶ ଓ ଅନ୍ୟ କେତେକ ରାଜ୍ୟରେ ଘନରୁ ଅତି ଘନ କୁହୁଡ଼ି ସତର୍କ ସୂଚନା ଜାରି କରାଯାଇଛି। ଫଳରେ କୁହୁଡ଼ି ଓ କମ୍ ଦୃଶ୍ୟମାନତା କାରଣରୁ ନୂଆଦିଲ୍ଲୀକୁ ଆସୁଥିବା ଓ ଛାଡ଼ିବାକୁ ଥିବା ଟ୍ରେନ୍ ବିଳମ୍ବିତ ହେଉଛି। ରିପୋର୍ଟ ଅନୁଯାୟୀ, ୨୫ରୁ ଅଧିକ ଟ୍ରେନ୍ ବିଳମ୍ବରେ ଚାଲିଛି। ଘରୋଇ ଓ ଅନ୍ତର୍ଜାତୀୟ ବିମାନକୁ ମିଶାଇ ୧୧୦ଟି ବିମାନ ବିଳମ୍ବିତ ହୋଇଛି।

Related posts

ନକ୍ସଲଙ୍କ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ, ୨ ଯବାନ ସହିଦ

mahabharatanews

ଆସିଲା CISCE ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା ଟାଇମ୍ ଟେବୁଲ୍

mahabharatanews

ଝାଡ଼ଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ଚମ୍ପଇ ସୋରେନ୍‌ 

mahabharatanews