ଭାରତ

ପ୍ରାଣ ପ୍ରତିଷ୍ଠା ଉତ୍ସବ:  ୧୦୦ଟି ସୋସିଆଲ ମିଡିଆ ଆକାଉଣ୍ଟ ବ୍ୟାନ୍

(ଦିଲ୍ଲୀ) : ଜାନୁଆରୀ ୨୨ ତାରିଖରେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ହେବା ପାଇଁ ଯାଉଛି । ତେବେ ଭବ୍ୟ ପ୍ରାଣ ପ୍ରତିଷ୍ଠା ଉତ୍ସବ ପୂର୍ବରୁ ପ୍ରାୟ ୧୦୦ଟି ସୋସିଆଲ ମିଡିଆ ଆକାଉଣ୍ଟକୁ ବ୍ୟାନ୍ କରାଯାଇଛି । ତେବେ ଦେଶର ଆଇନଶୃଙ୍ଖଳା ପରିସ୍ଥିତିକୁ ଖରାପ କରିବା ପାଇଁ ଚେଷ୍ଟା କରୁଥିବା ଏବଂ ସନ୍ଦେଜନକ କାର୍ଯ୍ୟାକଳାପ ଏଡାଇବା ପାଇଁ କେନ୍ଦ୍ର ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଛି  ବୋଲି ଦେଶର ସମସ୍ତ ରାଜ୍ୟରେ ପୋଲିସ ମୁଖ୍ୟମାନଙ୍କ ନିର୍ଦ୍ଦେଶ ପରେ ଏପରି ନିଷ୍ପତ୍ତି ନିଆଯାଇଛି ।

ସୂଚନାନୁଯାୟୀ, ଶ୍ରୀ ରାମ ମନ୍ଦିର ଏବଂ ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠାକୁ ନେଇ ଯେପରି କୌଣସି ନକଲି ଭିଡିଓ ବା ଡିପ୍ ଫେକ୍ ଭିଡିଓ ନ ଭାଇରାଲ ସେନେଇ ଗୃହମନ୍ତ୍ରଣାଳୟ ପକ୍ଷରୁ କଡ଼ା ନିର୍ଦ୍ଦେଶ ଯାରି କରାଯାଇଛି । ଯଦି ଭାଇରାଲ ହୁଏ ତେବେ ତୁରନ୍ତ ତାଙ୍କୁ ସୋସିଆଲ ମିଡିଆରୁ ହଟାଇବା ନେଇ ମଧ୍ୟ ନିର୍ଦ୍ଦେଶ ରହିଛି । ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ସମୟରେ ଆକାଶରୁ ହେବ ଫୁଲ ବର୍ଷା ସାଇବର ଅପରାଧ ପରି ସ୍ଥିତିକୁ ଏଡାଇବା ପାଇଁ କେନ୍ଦ୍ର ସରକାର ଇନ୍‌ଷ୍ଟାଗ୍ରାମ୍‌, ଫେସ୍‌ବୁକ୍, ୟୁଟ୍ୟୁବ୍ ଏବଂ ଏକ୍ସର ପ୍ରାୟ ୧୦୦ଟି ସୋସିଆଲ ମିଡିଆ ଆକାଉଣ୍ଟକୁ ବ୍ୟାନ୍ କରିଛନ୍ତି । ଏହାସହ ମିଥ୍ୟା ଖବର ପ୍ରଶାର ପ୍ରଚାର ପ୍ରତି ଅଧିକ ସତର୍କ ରହିବାକୁ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

Related posts

ରୁଷ୍‌ ଅଧିକୃତ ସହର ଉପରେ ୟୁକ୍ରେନର ଆକ୍ରମଣ

mahabharatanews

ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍

mahabharatanews

ଆତଙ୍କବାଦୀଙ୍କ ଗୁଳିରେ ୩ ଅଣକାଶ୍ମୀର ଶ୍ରମିକ ଆହତ

mahabharatanews