ଭାରତ

ରାମମନ୍ଦିରରେ ଭକ୍ତଙ୍କ ପାଇଁ ସ୍ୱତନ୍ତ୍ର ସୁବିଧା 

(ଅଯୋଧ୍ୟା) : ଅଯୋଧ୍ୟା ରାମମନ୍ଦିରରେ ଜାନୁଆରି ୨୨ ତ‌ାରିଖ‌ରେ ପ୍ରଭୁ ରାମଙ୍କ ପ୍ରାଣ ପ୍ରତିଷ୍ଠା ହୋଇଯିବା ପରେ ଦର୍ଶନ ପାଇଁ ଲୋକଙ୍କ ପ୍ରବଳ ଭିଡ଼ ଲାଗି ରହିଛି। ଏକ ବୈଠକ ପରେ ମନ୍ଦିରରେ ଭକ୍ତଙ୍କ ପାଇଁ ବିଭିନ୍ନ ପ୍ରକାର ସୁବିଧାର ବନ୍ଦୋବସ୍ତ କରାଯାଇଛି। ଏଦିଗରେ ଏବେ ବି କାମ ବି ଚାଲିଛି।

ସୂଚନାନୁଯାୟୀ , ସେଥିପାଇଁ ମୁଖ୍ୟ ଦ୍ବାରରୁ ପ୍ରଭୁ ରାମଙ୍କ ମନ୍ଦିର ପର୍ଯ୍ୟନ୍ତ ମୋଟିଙ୍ଗ କାମ କରାଯାଇଛି। ଯଦ୍ବାରା ଥଣ୍ଡା ସମୟରେ ଭକ୍ତ ଖାଲି ପାଦରେ ଯେମିତି ବିନା ବାଧାରେ ଚାଲିପାରି‌ବେ। ଏଥିସହିତ ଥଣ୍ଡାରୁ ରକ୍ଷା ପାଇବା ପାଇ ଗ୍ୟାସ ହିଟର ମଧ୍ୟ ଭକ୍ତଙ୍କ ପାଇଁ ଖଞ୍ଜା ଯାଇଛି। ଦର୍ଶନ ପରେ ଭକ୍ତମାନେ କିପରି ରାମଲଲ୍ଲାଙ୍କ ପ୍ରସାଦ ପାଇବେ ସେଥିପାଇଁ  ବି ବ୍ୟବସ୍ଥା କରାଯାଇଛି। କାରଣ ମନ୍ଦିର ଭିତରେ ବାହାରର କୌଣସି ଖାଦ୍ୟ ପଦାର୍ଥ ଭୋଗ କରାଯାଉନାହିଁ। ସେହିପରି ଯଦି ମନ୍ଦିର ପରିସରରେ କୌଣସି ଭକ୍ତଙ୍କୁ କିଛି ବି ଅସୁବିଧା ହୁଏ ତେବେ ଘୋଷଣାର ସୁବିଧା ବି ରଖାଯାଇଛି।

Related posts

ଅଯୋଧ୍ୟାକୁ ଆସିଲା ଏକ ସ୍ୱତନ୍ତ୍ର ରଥ  

mahabharatanews

ଅଯୋଧ୍ୟାରେ ଶଦ୍ଧାଳୁଙ୍କ ପ୍ରବଳ ଭିଡ

mahabharatanews

ଆଜିଠୁ ସର୍ବସାଧାରଣଙ୍କ ପାଇଁ ଖୋଲିବ ଅମୃତ ଉଦ୍ୟାନ

mahabharatanews