ଭାରତ

ଧର୍ମଘଟରେ ବସିଲେ ମମତା ବାନାର୍ଜୀ 

(ପଶ୍ଚିମବଙ୍ଗ): ପଶ୍ଚିମବଙ୍ଗରେ CAG ରିପୋର୍ଟକୁ ନେଇ ଉତ୍ତେଜନା ଦେଖାଦେଇଛି । ନିକଟରେ TMC ସାଂସଦ ସୁଦୀପ ବାନାର୍ଜୀ ବଙ୍ଗଳାର ବକେୟା ଋଣ ବିଷୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଶ୍ନ ପଚାରିଥିଲେ। ଏହାର ଜବାବରେ ପ୍ରଧାନମନ୍ତ୍ରୀ ତାଙ୍କୁ CAG ରିପୋର୍ଟ ପଢିବାକୁ କହିଥିଲେ । ଏବଂ ତା’ପରେ ପଶ୍ଚିମବଙ୍ଗ ବିଜେପି ସଭାପତି ସୁକାନ୍ତ ମଜୁମଦାର CAG ରିପୋର୍ଟର ପ୍ରସଙ୍ଗ ଉଠାଇଥିଲେ।  ଶନିବାର ପର୍ଯ୍ୟନ୍ତ ସେମାନଙ୍କ ବିରୋଧ ଜାରି ରହିବ। ଏହାପୂର୍ବରୁ ମମତା ବାନାର୍ଜୀ CAG ରିପୋର୍ଟକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଥିଲେ ।

ସୂଚାନନୁଯାୟୀ , ସୁକାନ୍ତ ଦାବି କରିଛନ୍ତି ଯେ ରାଜ୍ୟ ପ୍ରାୟ ୨ଲକ୍ଷ କୋଟି ଟଙ୍କା ହିସାବ ଦେଇନାହିଁ । ଯାହାକୁ ନେଇ ରାଜନୈତିକ ମହଲରେ ଏକ ବଡ଼ ଧରଣର ଅଶାନ୍ତି ଦେଖାଦେଇଛି। ଏହି ବିବାଦ ମଧ୍ୟରେ ବଙ୍ଗଳା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀଙ୍କୁ ଏକ ଚିଠି ଲେଖିଛନ୍ତି। କୋଇଲା ମନ୍ତ୍ରଣାଳୟ ଅଧୀନରେ ମହାନଦୀ କୋଲଫିଲ୍ଡ ଲିମିଟେଡ୍‌ର ବିଭିନ୍ନ ପ୍ରକଳ୍ପକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ସେ କହିଛନ୍ତି, ସମସ୍ତ ବିଭାଗରୁ କେନ୍ଦ୍ର ୩୦ପ୍ରତିଶତ କମିଶନ ନେଇଥାଏ । ମୁଁ ପ୍ରଧାନମନ୍ତ୍ରୀଙ୍କୁ ଏକ ଚିଠି ଲେଖିଛି। କେନ୍ଦ୍ରର ପ୍ରତିଶ୍ରୁତି ତଥା ଦେୟ ଫେରସ୍ତ ବିରୋଧରେ ଶୁକ୍ରବାର ଠାରୁ ମମତା ବାନାର୍ଜୀ ରେଡ ରୋଡରେ ୪୮ଘଣ୍ଟା ଧରି ଏକ ଧର୍ମଘଟ ଉପରେ ବସିଛନ୍ତି।

Related posts

୨୯ରେ ହେବ କେଜ୍ରିୱାଲଙ୍କ ଶୁଣାଣି

mahabharatanews

ଥମୁନି ମଣିପୁର ହିଂସା; ସମଗ୍ର ରାଜ୍ୟକୁ ‘ ଅଶାନ୍ତ ଅଞ୍ଚଳ’ ଘୋଷଣା 

mahabharatanews

ମହାରାଷ୍ଟ୍ରରେ ପ୍ରବଳ ବର୍ଷା: ବଜ୍ରାଘାତରେ ଗଲାଣି ୧୩ ଜୀବନ

mahabharatanews