ଭାରତ

 ରାଜୀବ ଗାନ୍ଧିଙ୍କ ହତ୍ୟାକାରୀଙ୍କ ଦେହାନ୍ତ

(ଦିଲ୍ଲୀ) : ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଙ୍କ ହତ୍ୟା ମାମଲାରେ ଦୋଷୀଙ୍କୁ ଖଲାସ କରିଦିଆଯାଇଥିଲା । ଆଜି ଦୋଷୀ ସନ୍ଥନଙ୍କର ମୃତ୍ୟୁ ହୋଇଛି । ବୁଧବାର ସକାଳେ ଚେନ୍ନାଇର ରାଜୀବ ଗାନ୍ଧି ଜେନେରାଲ୍ ହସ୍ପିଟାଲରେ Santhan Die ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।

ସୂଚନାନୁଯାୟୀ , ତାଙ୍କର ସକାଳ ୭:୫୦ରେ ମୃତ୍ୟୁ ଘଟିଛି। ତାଙ୍କର ଲିଭର୍ ଫେଲ୍ ହେବା ସହିତ କ୍ରିପ୍ଟୋଜେନିକ୍ ସିରୋସିସ୍ ରୋଗରେ ପୀଡିତ ଥିଲେ ।  ଜାନୁଆରୀ ୨୭ରେ ତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସନ୍ଥନ ତଥା ସୁଥେନଥିରାଜଙ୍କୁ ଗୁରୁତର ଅବସ୍ଥାରେ ରାଜୀବ ଗାନ୍ଧି ସରକାରୀ ଜେନେରାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତିରୁଚିର ମହାତ୍ମା ଗାନ୍ଧି ମେମୋରିଆଲ ସରକାରୀ ଡାକ୍ତରଖାନାରୁ ୫୫ ବର୍ଷିୟ ସନ୍ଥନଙ୍କୁ ଏଠାରେ ରେଫର କରାଯାଇଥିଲା।

Related posts

ଆଜି ପ୍ରଥମ ପର୍ଯ୍ୟାୟ ମତଦାନ

mahabharatanews

ମିଶନ୍ ଆଦିତ୍ୟ ଲ୧;  କଏଦ ହେଲା ସୂର୍ଯ୍ୟଙ୍କ ପୂର୍ଣ୍ଣ ଫଟୋ

mahabharatanews

ଆପ୍ ସାଂସଦ ସଞ୍ଜୟ ସିଂହଙ୍କୁ ଉଠାଇ ନେଲା ଇଡି

mahabharatanews