(ଦିଲ୍ଲୀ) : ଲୋକସଭା ନିର୍ବାଚନ ପାଇଁ କଂଗ୍ରେସ ସପ୍ତମ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି । ଏଥିରେ ଛତିଶଗଡ ପାଇଁ ୪ଜଣ ଏବଂ ତାମିଲନାଡୁ ପାଇଁ ଜଣେ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି । ଛତିଶଗଡର ସୁରଗୁଜା (ଏସଟି)ରୁ ଶଶି ସିଂ, ରାୟଗଡ଼ (ଏସଟି) ରୁ ଡ. ମେନ୍ ଦେବୀ ସିଂ, ବିଲାସପୁରରୁ ଦେବେନ୍ଦ୍ର ସିଂ ଯାଦବ ଏବଂ କାଙ୍କେର (ଏସଟି)ରୁ ବିରେଶ ଠାକୁରଙ୍କୁ ପ୍ରାର୍ଥୀ କରାଯାଇଥିବାବେଳେ ତାମିଲନାଡୁର ମାୟିଲାଦୁଥୁରାଇ ଆସନରୁ ଆର ସୁଧାଙ୍କୁ ପ୍ରାର୍ଥୀ କରାଯାଇଛି ।
ସୂଚନାନୁଯାୟୀ , ଏହି ତାଲିକାରେ ରାଜସ୍ଥାନର ଅଜମେରରୁ ରାମଚନ୍ଦ୍ର ଚୌଧୁରୀ (ରାଜସ୍ଥାନ),ସୁଦର୍ଶନ ରାୱତ ରାଜସମନ୍ଦ (ରାଜସ୍ଥାନ), ଦାମୋଦର ଗୁର୍ଜର ଭିଲୱାଡା (ରାଜସ୍ଥାନ), ପ୍ରହ୍ଲାଦ ଗୁଞ୍ଜଲ କୋଟା (ରାଜସ୍ଥାନ)ଆଡଭୋକେଟ ସି ରୋବର୍ଟ ବ୍ରୁସ ତିରୁନଲଭେଲି (ତାମିଲନାଡୁ) । ଏହାପୂର୍ବରୁ ୨୪ ମାର୍ଚ୍ଚରେ କଂଗ୍ରେସ ତାହାର ପ୍ରାର୍ଥୀଙ୍କ ପଞ୍ଚମ ତାଲିକା ପ୍ରକାଶ କରିଥିଲା । ସେହି ତାଲିକାରେ ରାଜସ୍ଥାନର ଦୁଇଟି ଲୋକସଭା ଆସନ ଏବଂ ମହାରାଷ୍ଟ୍ରର ଗୋଟିଏ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିଲା ଦଳ । ଏହାପୂର୍ବରୁ ଶନିବାର ଦିନ କଂଗ୍ରେସର ଚତୁର୍ଥ ତାଲିକା ପ୍ରକାଶ ପାଇଥିଲା । ଏଥିରେ ୪୫ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଥିଲା ।