ଭାରତ

ବନାରସରୁ ଉଦ୍ଧାର ହେଲା ଜେପି ନଡ୍ଡାଙ୍କ କାର

(ଦିଲ୍ଲୀ) : ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡାଙ୍କ କାର ବନାରସରୁ ଉଦ୍ଧାର କରାଯାଇଛି। ମାର୍ଚ୍ଚ ୧୯ ରେ ଦିଲ୍ଲୀର ଗୋବିନ୍ଦପୁରୀ ଅଞ୍ଚଳରୁ ଫର୍ଚୁନର କାର ଚୋରି ହୋଇଥିଲା। ପୋଲିସ ବାଦକଲ ବାସିନ୍ଦା ସହିଦ ଏବଂ ଶିବାଙ୍ଗ ତ୍ରିପାଠୀଙ୍କୁ ଗିରଫ କରିଛି।

ସୂଚନାନୁଯାୟୀ , ଅଭିଯୁକ୍ତମାନେ କ୍ରେଟା କାର ଚୋରି କରିବାକୁ ଆସିଥିଲେ। ଚୋରି ଗାଡ଼ିକୁ ସେମାନେ ଆଲିଗଡ, ଲକ୍ଷ୍ମୀପୁର ଖେରୀ, ବରେଲି, ସୀତାପୁର ଏବଂ ଲକ୍ଷ୍ନୌ ଦେଇ ବନାରସରେ ପହଞ୍ଚିଥିଲେ | କାରଟି ନାଗାଲାଣ୍ଡକୁ ପଠାଇବାକୁ ଯୋଜନା କରୁଥିଲା । ଚାହିଦା ଅନୁଯାୟୀ କାର ଚୋରି ହୋଇଥିଲା। ଏଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ପତ୍ନୀ ମଲ୍ଲିକା ନଡ୍ଡାଙ୍କ କାର ଚୋରି ହେବାର ଖବର ହୋଇଥିଲା । ଡ୍ରାଇଭର ଜୋଗିନ୍ଦରଙ୍କ ଅଭିଯୋଗ ଉପରେ ଏଫଆଇଆର ଦାଖଲ କରାଯାଇଛି। ଡ୍ରାଇଭର ସର୍ଭିସିଂ ପାଇଁ ଦିଲ୍ଲୀର ଗୋବିନ୍ଦପୁରୀକୁ କାର ନେଇ ଯାଇଥିଲେ। ମାର୍ଚ୍ଚ ୧୯ରେ କାରଟି ଚୋରି ହୋଇଥିବା କୁହାଯାଉଛି।

Related posts

ଆଜି ‘One Nation  , One Election’ କମିଟିର ପ୍ରଥମ ବୈଠକ

mahabharatanews

ବାୟୁ ପ୍ରଦୂଷଣକୁ ନେଇ ଦିଲ୍ଳୀରେ ସ୍ଥିତି ସଂଗୀନ

mahabharatanews

ଯୁଦ୍ଧ କାଳୀନ ପରିସ୍ଥିତି ମଧ୍ୟରେ ପୁଣି ଖସିଲା ଶେୟାର ବଜାର ।

mahabharatanews