ଭାରତ

ଆଜି ଆପର ସାମୁହିକ ଉପବାସ

(ଦିଲ୍ଲୀ)  :  ଆଜି ଆପ ପାଳିବ ସାମୁହିକ ଉପବାସ। ରବିବାର ପୂର୍ବାହ୍ନ ୧୦ଟା ଠାରୁ ଏହି ଉପବାସ ଆରମ୍ଭ ହେବ । ଏହା ଜନ୍ତର ମନ୍ତର ଏବଂ ସହିଦ ଭଗତ ସିଂଙ୍କ ଗାଁ ପଞ୍ଜାବର ଖଟଖଡକାଲାଂରୁ ଆରମ୍ଭ ହେବ। ଏଥିରେ ବିଧାୟକ, ମନ୍ତ୍ରୀ, ସାଂସଦ, କାଉନସିଲର ଏବଂ ଅଧିକାରୀମାନେ ସାମିଲ୍ ହେବେ। ଉତ୍ତରପ୍ରଦେଶ, ହରିୟାଣା, ହିମାଚଳ, ତାମିଲନାଡୁ, ପଶ୍ଚିମବଙ୍ଗ, ଓଡ଼ିଶା ଏବଂ ଆନ୍ଧ୍ରପ୍ରଦେଶ ସମେତ ଦେଶର ୨୫ ଟି ରାଜ୍ୟର ରାଜଧାନୀ, ଜିଲ୍ଲା ଏବଂ ବ୍ଲକ ମୁଖ୍ୟାଳୟ, ଗ୍ରାମ ଏବଂ ସହରଗୁଡ଼ିକରେ ଲୋକମାନେ ଉପବାସ କରିବେ ଏବଂ କେଜ୍ରିୱାଲଙ୍କୁ ଆଶୀର୍ବାଦ କରିବେ।

ସୂଚନାନୁଯାୟୀ , ଏହା ବ୍ୟତୀତ ନ୍ୟୁୟର୍କ, ବୋଷ୍ଟନ୍, ଲସ୍ ଆଞ୍ଜେଲସ୍, ଆମେରିକାର ୱାଶିଂଟନ୍ ଡିସି, କାନାଡାର ଟରୋଣ୍ଟୋ, ଅଷ୍ଟ୍ରେଲିଆର ମେଲବୋର୍ଣ୍ଣ, ବ୍ରିଟେନରେ ଲଣ୍ଡନ ଏବଂ ଅନ୍ୟାନ୍ୟ ସ୍ଥାନରେ ଉପବାସ ହେବ। ଶନିବାର ପାର୍ଟି ମୁଖ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରିବାବେଳେ ଏଏପିର ଦିଲ୍ଲୀ ରାଜ୍ୟ ସଂଯୋଜକ ଗୋପାଳ ରାୟ ଅଭିଯୋଗ କରିଥିଲେ ଯେ କେନ୍ଦ୍ରୀୟ ଏଜେନ୍ସିର ଷଡଯନ୍ତ୍ର ଏବଂ ଅପବ୍ୟବହାର ଯୋଗୁ କେଜ୍ରିୱାଲଙ୍କୁ ଗିରଫ କରାଯାଇଛି। ଗିରଫ ହେବା ପରେ ପ୍ରତ୍ୟେକ ଦିନ କେନ୍ଦ୍ର ସରକାରଙ୍କ ଷଡଯନ୍ତ୍ର ଉନ୍ମୋଚିତ ହେଉଛି। ସେ କହିଛନ୍ତି ଏଥିରୁ ସ୍ପଷ୍ଟ ଜଣାପଡୁଛି ଲୋକଙ୍କ ମିଥ୍ୟା ବିବୃତ୍ତି ଆଧାରରେ ମୁଖ୍ୟମନ୍ତ୍ରୀଙ୍କୁ ଗିରଫ କରାଯାଇ ଜେଲରେ ରଖାଯାଇଛି।

Related posts

ଉପ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ବରିଷ୍ଠ ବିଜେପି ନେତା ଦେବେନ୍ଦ୍ର ଫଡନାଭିସ

mahabharatanews

ଆଉ ୩ଦିନ ପରେ ସୂର୍ଯ୍ୟଙ୍କ ନିକଟରେ ପହଂଚିବ ଭାରତ 

mahabharatanews

ଆସାମ ବାତ୍ୟା : ଏବେ ବି ପାଣି ଘେରରେ  ୪ ଲକ୍ଷରୁ ଅଧିକ ଲୋକେ 

mahabharatanews