ମନୋରଞ୍ଜନ

ଡେଟ‌ରେ ଗଲେ ଆଦିଲ ଖାନ୍ ଦୁରାନୀ

(ମୁମ୍ବାଇ) :  ଗତ କିଛି ଦିନ ହେବ ବିବାଦୀୟ ରାଣୀ ରାକ୍ଷୀ ସାୱନ୍ତଙ୍କ ପୂର୍ବତନ ସ୍ବାମୀ ଆଦିଲ ଖାନ୍ ଦୁରାନୀ ପୁଣି ଥରେ ଚର୍ଚ୍ଚାର ପରିସର ଭିତରକୁ ଆସିଛନ୍ତି। ଏନେଇ ଅନେକ ତାଙ୍କୁ ଟ୍ରୋଲ କରିଥିଲେ ବି ସେ ବହୁତ ଖୁସି ଥିବା କହିଥିଲେ। ଏବେ ପତ୍ନୀଙ୍କୁ ଡେଟରେ ନେଇ ଆଦିଲ ବିବାହିତମାନଙ୍କୁ ଉପଦେଶ ଦେଇଛନ୍ତି। ଆଦିଲ ଖାନ ତାଙ୍କ ଇନଷ୍ଟାଗ୍ରାମରେ ପ୍ରଶଂସକଙ୍କ ସହ ଏହି ଭିଡିଓ ସେୟାର କରିଛନ୍ତି। ଏହି ଭିଡିଓରେ ଆଦିଲ ଖାନ, ସୋମିଙ୍କ ସହ ଡେଟ‌ରେ ଯାଇଥିବା ଦେଖିବାକୁ ମିଳିଛି। ଭିଡିଓରେ, ଆଗରେ ରଖାଯାଇଥିବା କଫି, କିଛି ଖାଦ୍ୟ ଏବଂ ମିଠାକୁ ଦେଖାଉଛନ୍ତି ଆଦିଲ। ଏହା ସହ କହୁଛନ୍ତି ଯେ, ସମସ୍ତେ ନିଜ ଜୀବନସାଥୀଙ୍କ ସହ ଡେଟ‌ରେ ଯିବା ଓ ସମୟ କଟାଇବା ଉଚିତ୍।

ସୂଚନାନୁଯାୟୀ , ମୁଁ ମୋ ପରିବାରର ଉପସ୍ଥିତିରେ ସଠିକ୍ ଭାବରେ ନିକାହ କରିସାରିଛି। ମୁଁ ଲୁଚି ଛପି ନିକାହ କରିନାହିଁ। ପରିବାର ବିନା, ଗୋଟାଏ ରୁମ‌ରେ ମୁଁ ଏଥର ନିକାହ କରିନାହିଁ। ସମସ୍ତଙ୍କ ଉପସ୍ଥିତିରେ ଓ ସମସ୍ତଙ୍କ ଆଶୀର୍ବାଦ ନେଇ ମୁଁ ନିକାହ କରିଛି। ନିକାହ ପରେ ଲୋକଙ୍କୁ ଭୋଜି ମଧ୍ୟ ଦେଇଥିଲି। ସୋମିଙ୍କ ସହିତ ଆନୁଷ୍ଠାନିକ ଭାବରେ ନିକାହ କରିବା ପରେ ଏବେ ମୁଁ ତାଙ୍କ ସହ ବୁଲୁଛି।”

Related posts

ହୃଦଘାତରେ ଆଖି ବୁଜିଲେ ଅଭିନେତ୍ରୀ କବିତା ଚୌଧୁରୀ

mahabharatanews

 ମାର୍ଚ୍ଚରୁ ଆରମ୍ଭ ହେବ ଭୁଲ ଭୁଲୈୟା’-୩ର ସୁଟିଂ

mahabharatanews

୭ଦିନରେ ୩୦୦ କୋଟି ରୋଜଗାର କଲା ‘ଗଦର-୨’

mahabharatanews