ଭାରତ

କୋଭିଡ ଟୀକାକରଣ ପ୍ରମାଣପତ୍ରରୁ ହଟିଲା ମୋଦୀଙ୍କ ଫଟୋ

(ଦିଲ୍ଲୀ) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଫଟୋ କୋଭିଡ ଟୀକାକରଣ ପ୍ରମାଣପତ୍ରରୁ ହଟାଇ ଦିଆଯାଇଛି। କରୋନା ମହାମାରୀ ସମୟରେ ଟୀକାକରଣ ପରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା କୋୱିନ ସାର୍ଟିଫିକେଟ ମିଳୁଥିଲା, ଯେଉଁଥିରେ ପ୍ରଧାନମନ୍ତ୍ରୀଙ୍କ ଫଟୋ ଥିଲା ।

ସୂଚନାନୁଯାୟୀ , ଏବେ ସେହି ପ୍ରମାଣପତ୍ରରୁ ମୋଦୀଙ୍କ ଫଟୋ ହଟାଇ ଦିଆଯାଇଛି`। କୋଭିସିଲ୍ଡ ଭ୍ୟାକ୍ସିନ ନିର୍ମାତା କମ୍ପାନି ଆଷ୍ଟ୍ରେଜେନିକା ଏହି ଭ୍ୟାକ୍ସିନର ପାର୍ଶ୍ବ ପ୍ରତିକ୍ରିୟା ବିଷୟ ସ୍ବୀକାର କରିବା ପରଠୁ ଭାରତରେ କୋଭିସିଲ୍ଡକୁ ନେଇ ଚର୍ଚ୍ଚା ଜୋର ଧରିଛି। ନିକଟରେ ସନ୍ଦୀପ ମନୁଧୋନେ ନାମକ ଜଣେ ପୂର୍ବତନ ଏକ୍ସ ବ୍ୟବହାରକାରୀ ତାଙ୍କ କୋଭିଡ ଟିକା ପ୍ରମାଣପତ୍ରର ଫଟୋ ସେୟାର କରି କହିଛନ୍ତି, ଏଥିରେ ପ୍ରଧାନମନ୍ତ୍ରୀଙ୍କ ଫଟୋକୁ ହଟାଇ ଦିଆଯାଇଛି`ସନ୍ଦୀପ ତାଙ୍କ ପୋଷ୍ଟରେ  ଲେଖିଛନ୍ତି, “ମୋଦୀ ଜି କୋଭିଡ ଟିକା ପ୍ରମାଣପତ୍ରରେ ଆଉ ଦେଖାଯାଉ ନାହାଁନ୍ତି।

Related posts

ଲୋକସଭା ନିର୍ବାଚନ: ୪୬୫୦ କୋଟି ଟଙ୍କା ଜବତ

mahabharatanews

ଜାଭଲିନ୍ ଥ୍ରୋରେ ଡାଇମଣ୍ଡ ଜିତିଲେ ନୀରଜ ଚୋପ୍ରା

mahabharatanews

୭ରେ ଶପଥ ନେବେ ନୂତନ ମୁଖ୍ୟମନ୍ତ୍ରୀ

mahabharatanews