ଭାରତ

ରାହୁଲଙ୍କୁ ଟିକେଟ ମିଳିବା ପରେ ଏମିତି କହିଲେ ମୋଦି

(ଦିଲ୍ଲୀ) : କଂଗ୍ରେସ ଦଳ ରାହୁଲ ଗାନ୍ଧୀଙ୍କୁ ରାଏବେରେଲି ନିର୍ବାଚନମଣ୍ଡଳୀରୁ ପ୍ରାର୍ଥୀ ଭାବେ ଚୟନ କରିବାର କିଛି ଘଣ୍ଟା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଏନେଇ ତାଙ୍କର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ‌

 

ପଶ୍ଚିମବଙ୍ଗର ବର୍ଦ୍ଧମାନ-ଦୁର୍ଗାପୁରରେ ଏକ ନିର୍ବାଚନୀ ସମାବେସକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, “ଏହି ନିର୍ବାଚନର ଫଳାଫଳ ସ୍ପଷ୍ଟ ହୋଇଛି। କୌଣସି ଓପେନିୟନ ପୋଲ୍‌ର ଆବଶ୍ୟକତା ନାହିଁ। ମୁଁ ଏହା ପୂର୍ବରୁ କହିଥିଲି, ‘ଶେହଜାଦା’ (ରାହୁଲ ଗାନ୍ଧୀ) ୱାୟାନାଡରୁ ହାରିଯିବେ। ତେଣୁ ଦ୍ୱିତୀୟ ଆସନ ବିକଳ୍ପ ଭାବେ ରଖିବେ।”ସେ ଆହୁରି ମଧ୍ୟ କହିଛନ୍ତି ଯେ, ” ବର୍ତ୍ତମାନ ସେ ଆମେଥୀରୁ ଯୁଦ୍ଧ କରିବାକୁ ଭୟ କରି ରାଏବରେଲି ପଳାଇଛନ୍ତି। ମୁଁ ତାଙ୍କୁ ଖାଲି ଏତିକି କହିବାକୁ ଚାହେଁ ଭୟ କରନାହିଁ କି ପଳାଅ ନାହିଁ।’’

Related posts

କେଜ୍ରିୱାଲଙ୍କୁ ମିଳିଲା ଅନ୍ତରୀଣ ଜାମିନ 

mahabharatanews

ଭାରତରେ ୧୪୮ନୂଆ କରୋନା ମାମଲା ଚିହ୍ନଟ 

mahabharatanews

ଦିଲ୍ଲୀ ମ୍ୟୁନିସିପାଲ କର୍ପୋରେସନ ନିର୍ବାଚନ ତାରିଖ ଘୋଷଣା, ଏପ୍ରିଲ ୨୬ ରେ ଅନୁଷ୍ଠିତ

mahabharatanews