ଭାରତ

ଏହି କାରଣରୁ ବିରାଟଙ୍କ ଉପରେ ବର୍ଷିଲେ ଗାଭାସ୍କର

(ଦିଲ୍ଲୀ) : ଭାରତୀୟ ଦଳର ପୂର୍ବତନ ଅଧିନାୟକ ସୁନୀଲ ଗାଭାସ୍କର ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ବ୍ୟାଟ୍ସମ୍ୟାନ୍ ବିରାଟ କୋହଲିଙ୍କ ଉପରେ ବର୍ଷିଛନ୍ତି। କୋହଲିଙ୍କ ଷ୍ଟ୍ରାଇକ୍ ରେଟ୍ ମନ୍ତବ୍ୟ ଉପରେ ଗାଭାସ୍କର ପ୍ରତିକ୍ରିୟା ପ୍ରକାଶ କରି ତାଙ୍କୁ ଏବଂ ବ୍ରଡକାଷ୍ଟରଙ୍କୁ କଡ଼ା ସମାଲୋଚନା କରିଛନ୍ତି।

ସୂଚନାନୁଯାୟୀ ,  ଶନିବାର ଖେଳାଯାଇଥିବା ମ୍ୟାଚରେ ଆରସିବି ଗୁଜୁରାଟ ଟାଇଟାନ୍ସକୁ ଚାରି ୱିକେଟରେ ପରାସ୍ତ କରିଛି। ଏହି ମ୍ୟାଚ୍ ସମୟରେ କମେଣ୍ଟ୍ରି ଦେଇଥିବା ବେଳେ ଗାଭାସ୍କର କୋହଲିଙ୍କ ମନ୍ତବ୍ୟ ନେଇ ପ୍ରତିକ୍ରିୟା ଦେଇଛନ୍ତି। ସେ ବିରାଟଙ୍କୁ ପଚାରିଛନ୍ତି ବାହ୍ୟ ସ୍ବରକୁ ନେଇ କାହିଁକି ପ୍ରତିକ୍ରିୟା କରିଛନ୍ତି? ଅଧିକ ନଥିଲେ ମଧ୍ୟ ମୁଁ ଅଳ୍ପ କ୍ରିକେଟ୍ ଖେଳିଛି।ମୋ ପାଖରେ କୌଣସି ଏଜେଣ୍ଡା ନାହିଁ । ଆମେ ଯାହା ଦେଖୁ ସେ ବିଷୟରେ ଆଲୋଚନା କରୁ। ଆମେ କାହାର ପସନ୍ଦ ଏବଂ ନାପସନ୍ଦ ବିଷୟରେ ଚିନ୍ତା କରୁନାହୁଁ।

Related posts

ଟ୍ରେନରେ ଖାଦ୍ୟ ଖାଇ ଅଚାନକ ୪୦ ଯାତ୍ରୀ ଅସୁସ୍ଥ 

mahabharatanews

ଆଜିଠୁ ସଂସଦର ଶୀତକାଳୀନ ଅଧିବେଶନ 

mahabharatanews

୭ରେ ହେବ କେଜ୍ରିୱାଲଙ୍କ ଜାମିନ ଉପରେ ଶୁଣାଣି

mahabharatanews