ଭାରତ

ଏକ ଟ୍ରକରୁ ପୁଳାପୁଳା ଟଙ୍କା ଜବତ

(ଆନ୍ଧ୍ରପ୍ରଦେଶ) : ଗୁରୁବାର ଦିନ ଆନ୍ଧ୍ରପ୍ରଦେଶର ଏନଟିଆର ଜିଲ୍ଲାର ଏକ ଚେକପୋଷ୍ଟରେ ବିପୁଳ ପରିମାଣର ଅର୍ଥ ଜବତ ହୋଇଛି। ଚେକପୋଷ୍ଟ୍‌ରେ ଏକ ଟ୍ରକରୁ ପ୍ରାୟ ୮ କୋଟି ଟଙ୍କା ଜବତ କରାଯାଇଥିବା ପୁଲିସ୍‌ ସୂଚନା ଦେଇଛି। ଏପରି ପୁଳା ପୁଳା ଟଙ୍କା ଜବତ ହୋଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏକ ପାଇପ୍ ବୋଝେଇ ଲରି କ୍ୟାବିନରୁ ପୁଳା ପୁଳା ଟଙ୍କା ଜବତ କରିଛି ପୁଲିସ।

ସୂଚନାନୁଯାୟୀ, ଟଙ୍କାଗୁଡ଼ିକ ଏପର୍ଯ୍ୟନ୍ତ ଗଣାହୋଇନଥିବା ବେଳେ ଜବତ ଘଟଣାରେ ପୁଲିସ ଦୁଇ ଜଣଙ୍କୁ ଅଟକ ରଖିଛି। ସକାଳୁ ସକାଳୁ ଗାରିକାପଡୁ ଚେକପୋଷ୍ଟରେ ଏହି ଘଟଣା ଘଟିଥିବାର ସୂଚନା ରହିଛି। ଏହି ଟଙ୍କା ହାଇଦ୍ରାବାଦରୁ ଗୁଣ୍ଟୁର ଯାଉଥିବା ବାଟରେ ପୁଲିସ୍‌ ହାବୁଡ଼ରେ ପଡ଼ିଯାଇଛି। ଘଟଣାରେ ଦୁଇ ଜଣଙ୍କୁ ଅଟକ ରଖି ପୁଲିସ୍‌ ପଚରା ଉଚରା କରୁଛି।

Related posts

ଚନ୍ଦ୍ରଠାରୁ ଦୂରତା ଆଉ ମାତ୍ର ୨୫ କିଲୋମିଟର 

mahabharatanews

ଘରଭଡା ଉପରେ ଦେବାକୁ ପଡିବ ୧୮ ପ୍ରତିଶତ ଜିଏସଟି

mahabharatanews

୨୨ରେ ମହାରାଷ୍ଟ୍ର ଛୁଟି 

mahabharatanews