ଓଡିଶା

ଆଗାମୀ ୨୪ ଘଣ୍ଟାରେ ବର୍ଷା ସମ୍ଭାବନା

(ଭୁବନେଶ୍ୱର) : ଆଗାମୀ ପାଞ୍ଚ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗରେ ବିଶେଷ ପରିବର୍ତ୍ତନ ହେବାର ନାହିଁ। ଆଗାମୀ ୫ ଦିନ ରାଜ୍ୟର କାଁ ଭାଁ ସ୍ଥାନରେ ବିକ୍ଷିପ୍ତ ବର୍ଷା ହୋଇପାରେ। କିଛି କିଛି ସ୍ଥାନରେ ପ୍ରବଳ ବର୍ଷା ନେଇ ୟେଲୋ ୱର୍ଣିଁ ଜାରି କରାଯାଇଛି। ଆଗାମୀ ୨୪ ଘଣ୍ଟାରେ କେଉଁଝର, ବାଲେଶ୍ଵର, ମୟୂରଭଞ୍ଜ , କେନ୍ଦ୍ରାପଡ଼ା ଭଦ୍ରକରେ ଗୋଟେ ଦୁଇଟି ସ୍ଥାନରେ ବର୍ଷା ହୋଇପାରେ।

ସୂଚନାନୁଯାୟୀ , ସେ ଆହୁରି କହିଛନ୍ତି, ଟୁଇନ୍ ସିଟିରେ ଆଜି ଅପରାହ୍ନ ପରେ ସନ୍ଧ୍ୟା ଏବଂ ରାତ୍ରି ସମୟରେ ବର୍ଷା ହୋଇପାରେ ବୋଲି ଆକଳନ କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର। ଏହା ସହ ତାପମାତ୍ରା ୩୭ ଡିଗ୍ରି ଭିତରେ ରହିପାରେ। ଉତ୍ତର ବିହାରରୁ ଉତ୍ତର ଓଡ଼ିଶା ପର୍ଯ୍ୟନ୍ତ ଏକ ନିମ୍ନଚାପ ରେଖା ଗତି କରୁଛି ଝାରଖଣ୍ଡ ଓ ପଶ୍ଚିମବଙ୍ଗ ଦେଇ ତାର ପ୍ରଭାବରେ ଉତ୍ତର ଓଡ଼ିଶାରେ ବର୍ଷା ହୋଇପାରେ।

Related posts

ରାଜ୍ୟହେବ ମଦମୁକ୍ତ, ନିଆଯିବ ପଦକ୍ଷେପ

mahabharatanews

ବଙ୍ଗୋପସାଗରରେ ପଛକୁ ପଛ ଲଘୁଚାପ, ୨ ଦିନ ବର୍ଷିବ

mahabharatanews

ସମସ୍ୟା ଘେରରେ ବ୍ରିଟିଶ ଅମଳର “ସିଂଲା ଥାନା

mahabharatanews