ଓଡିଶା

ଓଡ଼ିଶାର ୧୪ ଟି ଜିଲ୍ଲାର ଆନ୍ତଃ- ରାଜ୍ୟ ରେ ଲାଗି ରହିଛି ସୀମା ବିବାଦ

ଭୁବନେଶ୍ୱର:  ପଡୋଶୀ ରାଜ୍ୟ ଆନ୍ଧ୍ର ପ୍ରଦେଶ, ଛତିଶଗଡ଼, ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗ ସହିତ ଓଡ଼ିଶାର 14 ଟି ଜିଲ୍ଲାର ଆନ୍ତଃ- ରାଜ୍ୟ ସୀମା ବିବାଦ ରହିଛି ।

ସେହି ଜିଲ୍ଲା ଗୁଡ଼ିକ ହେଉଛି  ବାଲେଶ୍ବର, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି, ନୂଆପଡା, ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, କେଉଁଝର ଏବଂ ମୟୂରଭଞ୍ଜ । କୋରାପୁଟ ଜିଲ୍ଲାର କୋଟିଆ ଗ୍ରାମପୁଞ୍ଜକୁ ବାଦ୍ ଦେଲେ ରାଜ୍ୟରେ ପ୍ରାୟତଃ ବଡ ଧରଣର ସୀମା ବିବାଦ ନାହିଁ। କୋଟିଆ ଅଞ୍ଚଳର ବିକାଶ ପାଇଁ ଓଡ଼ିଶା ସରକାରଙ୍କ ତରଫରୁ 108 କୋଟି 53 ଲକ୍ଷ 12 ହଜାର 339 ଟଙ୍କା ଖର୍ଚ୍ଚ କରାଯାଇଛି । ପ୍ରତି ଗ୍ରାମକୁ ରାସ୍ତା, ବିଦ୍ୟାଳୟ ଗୃହ, ଆବାସିକ ଶ୍ରେଣୀ ଗୃହ, ଅଙ୍ଗନୱାଡି ଗୃହ, ମିଶନଶକ୍ତି ଗୃହ, 10 ଶଯ୍ୟା ବିଶିଷ୍ଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର, ବଜାର ପିଣ୍ଡି, ପୋଲିସ ଥାନା ନିର୍ମାଣ କରିବା ସଙ୍ଗେ ସଙ୍ଗେ ବିଦ୍ୟୁତ ସଂଯୋଗ ଓ ମୋବାଇଲ ଟାୱାର ସ୍ଥାପନ ସହ ଲୋକମାନଙ୍କ ପାଇଁ ଜୀବିକାର ମଧ୍ୟ ବ୍ୟବସ୍ଥା କରାଯାଇଛି । ସମସ୍ତ ବିଦ୍ୟାଳୟ ରେ ଓଡ଼ିଆରେ କଥାବାର୍ତ୍ତା କରୁଛନ୍ତି ଏବଂ ପ୍ରତିବର୍ଷ କୋଟିଆ ରେ ରଥାଯାତ୍ରା ଆନନ୍ଦ ଉଲ୍ଲାସରେ ପାଳନ କରାଯାଉଛି ବୋଲି ବିଧାନସଭାରେ ତଥ୍ୟ ରଖିଲେ ରାଜ୍ୟ ସରକାର। ବିଧାନସଭାରେ ବିଜେଡ଼ି ବିଧାୟକ ରମେଶ ଚନ୍ଦ୍ର ବେହେରାଙ୍କ ପ୍ରଶ୍ନ ରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଙ୍କ ଲିଖିତ ଉତ୍ତର।

Related posts

ବଢ଼ିଲା ଯୁକ୍ତ୨ ଆବେଦନ ଅବଧି

mahabharatanews

ଡାକ୍ତରଙ୍କୁ ଦୁର୍ବ୍ୟବହାର: ଜଣେ ଅଟକ

mahabharatanews

ଆସନ୍ତା କାଲି ଶ୍ରୀ ଜୀଉଙ୍କ ବାମନ ବେଶ

mahabharatanews