ଦୁର୍ଘଟଣାଦେଶ ବିଦେଶ

ରୁଷିଆର ଦାଗେସ୍ତାନରେ Ka-226 ନାମକ ହେଲିକପ୍ଟର ନିୟନ୍ତ୍ରଣ ହରାଇ ଦୁର୍ଘଟଣାଗ୍ରସ୍ତ

ରୁଷିଆର ଦାଗେସ୍ତାନରେ ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । Ka-226 ନାମକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇ ପାଞ୍ଚ ଜଣଙ୍କର ମୃତ୍ୟୁ ହୋଇଛି । ଅଚି-ସୁ ଗ୍ରାମ ନିକଟସ୍ଥ କାସ୍ପିଆନ ସାଗର ଅଞ୍ଚଳରେ ହେଲିକପ୍ଟରଟି ନିୟନ୍ତ୍ରଣ ହରାଇ ଭୂମିରେ ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ମୃତକଙ୍କ ମଧ୍ୟରେ ଇଲେକ୍ଟ୍ରୋ-ମେକାନିକାଲ୍ ପ୍ଲାଣ୍ଟ ର କର୍ମଚାରୀ, ପ୍ଲାଣ୍ଟର ଡେପୁଟି ଜେନେରାଲ୍ ଡାଇରେକ୍ଟର ଏବଂ ହେଲିକପ୍ଟରର ଫ୍ଲାଇଟ୍ ମେକାନିକ୍ ଥିଲେ ବୋଲି ସାମ୍ନାକୁ ଆସିଛି । ତେବେ ଘଟଣାଟି ୭ତାରିଖରେ ଘଟିଥିବା ବେଳେ ଏବେ ଏହି ଦୁର୍ଘଟଣାର ଭିଡିଓଟି ସାମ୍ନାକୁ ଆସିଛି ।

ଭାଇରାଲ ହେଉଥିବା ଭିଡିଓରେ ଦେଖିବାକୁ ମିଳିଛି ଯେ, ହେଲିକପ୍ଟରଟି ଅନିୟନ୍ତ୍ରିତ ହୋଇ ତଳେ ମାଡ଼ ହୋଇଛି, ଯାହା ଦ୍ବାରା ହେଲିକପ୍ଟରର ପଛ ଭାଗ ଭାଙ୍ଗିଯାଉଛି। ଦୁର୍ଘଟଣାରୁ ଯାତ୍ରୀଙ୍କୁ ବଞ୍ଚାଇବାକୁ ପାଇଲଟ ହେଲିକପ୍ଟରକୁ ଉପରକୁ ଉଠାଉଛନ୍ତି କିନ୍ତୁ ହେଲିକପ୍ଟରଟି ଯାଇ କାସ୍ପିଆନ ସାଗରରେ ପୁଣି ଥରେ ତଳକୁ ଖସିଯାଉଛି। ପୁଣି ଥରେ ପାଇଲଟ ଏହାକୁ ଉପରକୁ ଉଠାଇବାକୁ ଚେଷ୍ଟାକ କରି କିଛି ଦୂର ଉପରକୁ ଉଠୁଛନ୍ତି। ହେଲେ ସତ ଚେଷ୍ଟା ପରେ ବି ହେଲିକପ୍ଟରଟି ଦୁର୍ଘଟଣାଗ୍ରସ୍ତ ହୋଇଛି।

Related posts

ରୁଷ ଭାରତ ପାଇଁ ନୂତନ ନିଯୁକ୍ତି ସୁଯୋଗ ଖୋଲିବାକୁ ଚାହୁଁଛି; ବାର୍ଷିକ ଭାରତ-ରୁଷ ଶିଖର ସମ୍ମିଳନୀରେ ଏହି ପ୍ରସଙ୍ଗରେ ଏକ ଚୁକ୍ତି ହୋଇପାରେ

mahabharatanews

ଡାକ୍ତର ବିଷ୍ଣୁପ୍ରସାଦଙ୍କ ଶେଷକୃତ୍ୟ ସଂପନ୍ନ

mahabharatanews

ଆଜି ବଜ୍ରପାତରେ ଚାଲିଗଲା ଜୀବନ

mahabharatanews