ଦୁର୍ଘଟଣାଦେଶ ବିଦେଶ

ରୁଷିଆର ଦାଗେସ୍ତାନରେ Ka-226 ନାମକ ହେଲିକପ୍ଟର ନିୟନ୍ତ୍ରଣ ହରାଇ ଦୁର୍ଘଟଣାଗ୍ରସ୍ତ

ରୁଷିଆର ଦାଗେସ୍ତାନରେ ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । Ka-226 ନାମକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇ ପାଞ୍ଚ ଜଣଙ୍କର ମୃତ୍ୟୁ ହୋଇଛି । ଅଚି-ସୁ ଗ୍ରାମ ନିକଟସ୍ଥ କାସ୍ପିଆନ ସାଗର ଅଞ୍ଚଳରେ ହେଲିକପ୍ଟରଟି ନିୟନ୍ତ୍ରଣ ହରାଇ ଭୂମିରେ ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ମୃତକଙ୍କ ମଧ୍ୟରେ ଇଲେକ୍ଟ୍ରୋ-ମେକାନିକାଲ୍ ପ୍ଲାଣ୍ଟ ର କର୍ମଚାରୀ, ପ୍ଲାଣ୍ଟର ଡେପୁଟି ଜେନେରାଲ୍ ଡାଇରେକ୍ଟର ଏବଂ ହେଲିକପ୍ଟରର ଫ୍ଲାଇଟ୍ ମେକାନିକ୍ ଥିଲେ ବୋଲି ସାମ୍ନାକୁ ଆସିଛି । ତେବେ ଘଟଣାଟି ୭ତାରିଖରେ ଘଟିଥିବା ବେଳେ ଏବେ ଏହି ଦୁର୍ଘଟଣାର ଭିଡିଓଟି ସାମ୍ନାକୁ ଆସିଛି ।

ଭାଇରାଲ ହେଉଥିବା ଭିଡିଓରେ ଦେଖିବାକୁ ମିଳିଛି ଯେ, ହେଲିକପ୍ଟରଟି ଅନିୟନ୍ତ୍ରିତ ହୋଇ ତଳେ ମାଡ଼ ହୋଇଛି, ଯାହା ଦ୍ବାରା ହେଲିକପ୍ଟରର ପଛ ଭାଗ ଭାଙ୍ଗିଯାଉଛି। ଦୁର୍ଘଟଣାରୁ ଯାତ୍ରୀଙ୍କୁ ବଞ୍ଚାଇବାକୁ ପାଇଲଟ ହେଲିକପ୍ଟରକୁ ଉପରକୁ ଉଠାଉଛନ୍ତି କିନ୍ତୁ ହେଲିକପ୍ଟରଟି ଯାଇ କାସ୍ପିଆନ ସାଗରରେ ପୁଣି ଥରେ ତଳକୁ ଖସିଯାଉଛି। ପୁଣି ଥରେ ପାଇଲଟ ଏହାକୁ ଉପରକୁ ଉଠାଇବାକୁ ଚେଷ୍ଟାକ କରି କିଛି ଦୂର ଉପରକୁ ଉଠୁଛନ୍ତି। ହେଲେ ସତ ଚେଷ୍ଟା ପରେ ବି ହେଲିକପ୍ଟରଟି ଦୁର୍ଘଟଣାଗ୍ରସ୍ତ ହୋଇଛି।

Related posts

ପ୍ରଧାନମନ୍ତ୍ରୀ ମୋଦିଙ୍କ ଜାତି ଉଦ୍ଦେଶ୍ୟରେ ଅଭିଭାଷଣ, ବିଜେପି-ବିରୋଧୀଙ୍କ ବାକ୍ ଯୁଦ୍ଧ

mahabharatanews

ଇରାନ ଉପରେ ହେବାକୁ ଥିବା ବଡ଼ ଆକ୍ରମଣ ସ୍ଥଗିତ

mahabharatanews

ହସ୍ପିଟାଲ ଅବହେଳା; ଥାଲାସେମିଆ ପୀଡିତ ୪ ଶିଶୁ HIV ସଂକ୍ରମିତ

mahabharatanews