ଓଡିଶାରାଜନୀତି

ନୂଆପଡା ଉପନିର୍ବାଚନରେ ହାରିବା ପରେ ଟ୍ୱିଟ କଲେ ନବୀନ

ସରିଛି ନୂଆପଡା ଉପନିର୍ବାଚନ ଭୋଟଗଣତି । ଆଉ ବିପୁଳ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି ବିଜେପି ପ୍ରାର୍ଥୀ ଜୟ ଢୋଲକିଆ । ଏହାସହ କଂଗ୍ରେସ ଓ ବିଜେଡି ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି । ତେବେ ଏହାରି ଭିତରେ ଉପନିର୍ବାଚନ ଫଳାଫଳ ବାହାରିବା ପରେ ଟ୍ୱିଟ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ନୂଆପଡା ଉପନିର୍ବାଚନରେ ଯୋଗଦାନ କରିଥିବା ବିଜେଡିର ସମସ୍ତ କର୍ମକର୍ତ୍ତା, ନେତା ଏବଂ ସମର୍ଥକ, ଯେଉଁମାନେ ଉପନିର୍ବାଚନରେ ବିଜେଡି ସହିତ ଥିଲେ ସେମାନଙ୍କୁ କୃତଜ୍ଞତା ଜଣାଇଛନ୍ତି ନବୀନ । ଏହାସହ ଉପନିର୍ବାଚନରେ ବିଜୟୀ ହୋଇଥିବା ଜୟ ଢୋଲକିଆଙ୍କୁ ମଧ୍ୟ ଶୁଭେଚ୍ଛା ଜଣାଇବା ସହ ସେ ନୂଆପଡାର ଉନ୍ନତି କରିବେ ବୋଲି କାମନା କରିଛନ୍ତି । ସେ କହିଛନ୍ତି ଯେ, ବିଜେଡି ଅନେକ ଘାତ ପ୍ରତିଘାତ ଦେଇ ଗତି କରିଛି । ତଥାପି ଆଗକୁ ବିଜେଡି ଓଡିଶା ଲୋକମାନଙ୍କ ପାଇଁ ଏହାର ଲଢେଇ ଜାରି ରଖିବ ବୋଲି ନବୀନ କହିଛନ୍ତି ।

Related posts

ପୌର ନିର୍ବାଚନ ସଜବାଜ: ସମୁଦାୟ ୧୭୩୭ ୱାର୍ଡରେ ହେବ ନିର୍ବାଚନ, କାଲି ସନ୍ଧ୍ୟା ୫ଟା ସୁଦ୍ଧା ବନ୍ଦ ହେବ ପ୍ରଚାର

mahabharatanews

କୋରୋନା ମୁକାବିଲା ପାଇଁ ଜ୍ୟାକ୍ ମା ଦେଲେ ୧୪ ମିଲିୟନ ଡଲାର

mahabharatanews

ବ୍ରହ୍ମାଣ୍ଡ ସୁନ୍ଦରୀ ମୁକୁଟ ହାତେଇଲେ ଦକ୍ଷିଣ ଆଫ୍ରିକାର ଜୋଜିବିନୀ

mahabharatanews