ଦୁର୍ଘଟଣା

ପୋଲିସ ଏନକାଉଣ୍ଟରରେ ଅପରାଧୀ ଆହତ

ଫିଲ୍ମ ଷ୍ଟାଇଲରେ ପୋଲିସ କରିଛି ଏନକାଉଣ୍ଟର । ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଘଟଣାଟି ସତ । ପଶ୍ଚିମବଙ୍ଗର ଆସାନସୋଲରେ ଘଟିଛି ଏହି ଘଟଣା। । ଦୁଇ ଦିନ ଧରି ପୋଲିସକୁ ଚକମା ଦେଉଥିଲା। ବାରମ୍ବାର ବଦଳାଉଥିଲା ଠିକଣା। ହେଲେ ଶେଷରେ ପୋଲିସ ଜାଲରେ ଫସିଗଲା ଅପରାଧୀ। ଧରାପଡ଼ିବା ପୂର୍ବରୁ ପୁଣି ଚଳାଇଲା ଗୁଳି। ପାଲଟା ଗୁଳି ଚଳାଇଥିଲା ପୋଲିସ । ଦିର୍ଘସମୟ ଧରି ପୋଲିସ ଓ ଦୁର୍ଦ୍ଦାନ୍ତ ଅପରାଧୀଙ୍କ ମଧ୍ୟରେ ଚାଲିଥିଲା ଗୁଳି ବିନିମୟ। ପୋଲିସକୁ ଦେଖି ଗୁଳି ଚଳାଇଥିଲା ଅଭିଯୁକ୍ତ। ଜବାବରେ ପୋଲିସର ପାଲଟା ଗୁଳିରେ ଅଭିଯୁକ୍ତର ଗୋଡ଼ରେ ବାଜିଛି ଗୁଳି। ଆହତ ଅବସ୍ଥାରେ ତାକୁ ଗିରଫ କରି ହସ୍ପିଟାଲରେ ଭର୍ତ୍ତି କରିଛି ପୋଲିସ ।
ଗିରଫ ଅଭିଯୁକ୍ତ ହେଉଛି ପ୍ରତାପ ଦାସ ଓରଫ୍ ‘ପ୍ୟାନ୍’। ତାକୁ ଧରିବା ପାଇଁ ଆସାନସୋଲ-ଦୁର୍ଗାପୁର ପୋଲିସ ପକ୍ଷରୁ ବଡ଼ଧରଣର ଅପରେସନ୍ ଆରମ୍ଭ ହୋଇଥିଲା। ଗତ ବୁଧବାର ହିରାପୁର ଅଞ୍ଚଳରେ ପୋଲିସ ଚଢ଼ାଉ ସମୟରେ ସେ ପୋଲିସ ଉପରକୁ ଗୁଳି ଚଳାଇ ଖସି ପଳାଇଥିଲା।
ଏହାପରେ ତାକୁ ଧରିବା ପାଇଁ ପୋଲିସ ଜୋରଦାର ତଲାସୀ ଅଭିଯାନ ଆରମ୍ଭ କରିଥିଲା। ।ଶେଷରେ ପୋଲିସ ହାତରେ ଧରା ପଡ଼ିଥିଲା ।

Related posts

ପୁରୀ ରେଳ ଷ୍ଟେସନ୍‌ରେ ଆଜି ପୁରୀ-ଗୁଣୁପୁର ଏକ୍ସପ୍ରେସ୍‌ ଟ୍ରେନ୍‌ ଲାଇନ୍‌ଚ୍ୟୁତ

mahabharatanews

ବୌଦ୍ଧ ମନମୁଣ୍ଡା ତେଲ ନଦୀ ସେତୁ ଉପରେ ବାଇକ ଓ ବୁଲେଟ ଦୁର୍ଘଟଣା

mahabharatanews

ସଡକ ଦୁର୍ଘଟଣାରେ ଜୀବନ ହାରିଲେ ଯୁବକ

mahabharatanews