ଓଡିଶା

ମାନସିକ ଭିନ୍ନକ୍ଷମ ରୋଗୀଙ୍କୁ ଉଦ୍ଧାର କଲା ବ୍ୟାସ ଫାଉଣ୍ଡସେନ

ପାରାଦୀପ /ପ୍ରଶାନ୍ତ ସ୍ୱାଇଁ :ପାରାଦୀପ ରୁ ଉଦ୍ଧାର ହେଲେ ୧୭ ମାନସିକ ଭିନ୍ନକ୍ଷମ ରୋଗୀ । ଆଜି ଏମାନେ ପାରାଦୀପ ର କୋଣ ଅନୁକୋଣ ରେ ବୁଲୁଥିବା ସମୟରେ ବ୍ୟାସ ଫାଉଣ୍ଡେସନ ପକ୍ଷରୁ ଉଦ୍ଧାର କରାଯାଇ ତାଙ୍କୁ ନୀଳାଚଳ ସେବାଶ୍ରମ କଣାସ ପୁରୀ କୁ ସ୍ଥାୟୀ ବନ୍ଦବୋସ୍ତ କରିବା ପାଇଁ ନିଆଯାଇଥିବା ଫାଉଣ୍ଡେସନ୍ ପକ୍ଷରୁ କୁହାଯାଇଛି । ପାରାଦୀପ ସ୍ଥଳ ସୀମା ର ଶେଷ ସ୍ଥାନ ହୋଇଥିବା ରୁ ଅନେକ ମାନସିକ ବିକାର ଗ୍ରସ୍ତ ରୋଗୀ ଏଠାକୁ ଟ୍ରକ୍ , ବସ୍ ଓ ଟ୍ରେନ ଯୋଗେ ଆସି ଆଉ ଫେରି ପାରୁ ନାହାନ୍ତି । ଏଣେତେଣେ ବିକ୍ଷିପ୍ତ ଭାବରେ ବିଚରଣ କରି ଅନେକ ରୋଗଗ୍ରସ୍ତ ହେବା ଓ ଗାଡି ଧକ୍କାରେ ମୃତ୍ୟୁ ବରଣ କରୁଥିବା ଦେଖାଯାଏ । ଏମାନଙ୍କୁ ଆଜି ଉଦ୍ଧାର କରାଯାଇ ନିଆଯାଇଥିଲା ବେଳେ ଏହା ଏକ ସ୍ଵାଗତଯୋଗ୍ୟ ପଦକ୍ଷେପ ବୋଲି ବିବେଚନା କରାଯାଇଛି ।

Related posts

ତିନୋଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

mahabharatanews

ବ୍ଲକ୍ ଡ଼ାଟା ଏଣ୍ଟ୍ରି ଅପରେଟରଙ୍କ ପ୍ଲାଜମା ଦାନ

mahabharatanews

ଅଜଣା ରୋଗରେ କବଳିତ ହୋଇ , ଦୀର୍ଘ ୭ ବର୍ଷ ଧରି ଜୀବନ ସହ କରୁଛି ସଂଘର୍ଷ

mahabharatanews