ଓଡିଶା

ମାଓବାଦୀ ଯୋଜନା ପଣ୍ଡ: ନି‌ଷ୍କ୍ରିୟ କଲେ ଆଇଇଡି 

(ମାଲକାନଗିରି) : ଆଇଇଡିକୁ ନି‌ଷ୍କ୍ରିୟ କରିବାରେ ସଫଳ ହେଲେ ବିଏସ୍‌ଏଫ୍ ଯବାନ । ମାଲକାନଗିରି ଜିଲ୍ଲା ଏମଭି-୭୯ ଥାନା ଅନ୍ତର୍ଗତ ସୁଧାକୋଣ୍ଡା-ଆମପଦର କଲର୍ଭଟ ନିକଟରୁ ବିଏସ୍‌ଏଫ୍ ଯବାନମାନେ ଆଇଇଡିକୁ ନି‌ଷ୍କ୍ରିୟ କରିଛନ୍ତି।

ସୂଚନା ନୁଯାୟୀ, ବିଏସ୍ଏଫ୍‌ ୧୪୨ ବାଟାଲିଆନ ଯବାନମାନେ ଆଜି ସକାଳୁ ତେଲରାଇ ଗ୍ରାମପଞ୍ଚାୟତର ସୁଧାକୋଣ୍ଡା ଜଙ୍ଗଲରେ ସର୍ଚ୍ଚ ଅପରେସନ କରିଥିଲେ। ସୁଧାକୋଣ୍ଡା-ଆମପଦର ଗ୍ରାମ ମଧ୍ୟରେ ରହିଥିବା କଲର୍ଭଟ ନିକଟରେ ଗଛ ତଳେ ଆଇଇଡି ବୋମା ଖଞ୍ଜା ଯାଇଥିଲା।ମାଓବାଦୀମାନେ ଏହାକୁ ଖଞ୍ଜିଥିବା କୁହାଯାଉଛି। ସେଠାରୁ ୩ ଲିଟର ବିଶିଷ୍ଟ ଟିଫିନ୍‌ ଆଇଇଡି, ଗୋଟିଏ ଇଲୋଟ୍ରୋନିକ୍ସ ଡିଟୋନେଟର ଓ ୨୦ ଫୁଟ ଲମ୍ବର ଇଲେକ୍ଟ୍ରି ତାର ଜବତ କରିଥିଲେ। ସେଠାରେ ବୋମା ନିଷ୍କ୍ରିୟକାରୀ ଦଳ ପହଞ୍ଚି ଆଇଇଡି ବୋମାକୁ ନିଷ୍କ୍ରିୟ କରିଥିଲେ।

Related posts

ସାପ କାମୁଡିଲା ବୋଲି ସାପକୁ କାମୁଡିଲେ

mahabharatanews

ବାଳିକା ହଷ୍ଟେଲରୁ ୩ ଛାତ୍ରୀ ନିଖୋଜ

mahabharatanews

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ବିଶ୍ଳେଷଣାତ୍ମକ ରସାୟନ ବିଜ୍ଞାନରେ ସ୍ଵର୍ଣ୍ଣ ପଦକ ହାସଲ କଲେ ଆଶିଷ

mahabharatanews