ରୋମ: ମହାମାରୀ କରୋନା ଭାଇରସ ଇଟାଲୀରେ ମୃତ୍ୟୁର ତାଣ୍ଡବ ରଚି ·ଲିଛି । ଦିନକୁ ଦିନ ଏଠାରେ ମୃତ୍ୟୁସଂଖ୍ୟା ବିବାରେ ଲାଗିଛି । ଉତ୍ତର ସ୍ୱାସ୍ଥ୍ୟ ସେବା ଯୋଗାଇବାରେ ଇଟାଲୀ ବିଶ୍ୱର ୨ ନମ୍ବର ରାଷ୍ଟ୍ର । ହେଲେ କରୋନାର ମୁକାବିଲା କରିବା ପାଇଁ ଇଟାଲୀ ଏକ ପ୍ରକାରର ଅସହାୟ ହୋଇପଡ଼ିଛି । ଏଠାରେ ପ୍ରତିଦିନ କରୋନାରେ ଆକ୍ରାନ୍ତ ହୋଇ ଶହଶହ ଲୋକ ପ୍ରାଣ ହରାଉଛନ୍ତି । ସ୍ଥିତି ଏପରି ହୋଇଛି ଯେ ଇଟାଲୀର କରୋନା ମହାମାରୀ ୫ ହଜାରରୁ ଅଧିକ ଲୋକଙ୍କ ମୁଣ୍ଡ ନେଇ ସାରିଲାଣି । ଗତ ୨୪ ଘଣ୍ଟାରେ ଇଟାଲୀରେ ପୁଣି ୬୫୧ ଜଣଙ୍କ ଜୀବନ ଯାଇଛ । ଫଳରେ ଏଠାରେ ମୃତ୍ୟୁସଂଖ୍ୟା ୫୪୭୬ରେ ପହଞ୍ଚିଛି ।
ଶନିବାର ଏଠାରେ ୭୯୩ ଜଣ ପ୍ରାଣ ହରାଇଥିଲେ । ଶନିବାର ଇଟାଲୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୩,୫୭୮ ରହିଥିବା ବେଳେ ୨୪ ଘଣ୍ଟା ମଧ୍ୟରେ ଏହା ୫୯,୧୩୮ରେ ପହଞ୍ଚି ଯାଇଛି । ଅର୍ଥାତ ଆକ୍ରାନ୍ତଙ୍କ ସଂଖ୍ୟା ୧୦.୪% ବୃଦ୍ଧି ପାଇଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଇଟାଲୀରେ ୭,୦୨୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ପୂର୍ବଦିନ ୬,୦୭୨ ଜଣ ସୁସ୍ଥ ହୋଇଥିଲେ । ଶନିବାର ୨,୮୫୭ ଜଣ ଲୋକ ଗୁରୁତର ଅବସ୍ଥାରେ ଥିବା ବେଳେ ଏହି ସଂଖ୍ୟା ଆଜି ୩,୦୦୯ରେ ପହଞ୍ଚି ଯାଇଛି ।